ଓଡିଶା

odisha

ETV Bharat / city

୨୫ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କଲା ପ୍ରଶାସନ - ଗଞ୍ଜେଇ ଗଛକୁ କାଟି ନଷ୍ଟ କଲା ପ୍ରଶାସନ

ଅବକାରୀ ବିଭାଗ ଓ ମାଜିଷ୍ଟେଟଙ୍କ ମିଳିତ ଚଢାଉରେ ପ୍ରାୟ ୨୫ ଏକର ଜମିରେ କରାଯାଉଥିବା ଗଞ୍ଜେଇ ଚାଷକୁ କାଟିବା ସହ ନିଆଁ ଲଗାଇ ନଷ୍ଟ କରିଦିଆଯାଇଛି । ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ ପାଟପୁର ଥାନା ଅନ୍ତର୍ଗତ ରାମପଲ୍ଲୀ, ଟି. ଗୋବିନ୍ଦପୁର ଅଞ୍ଚଳର ପାହାଡ଼ିଆ ଜମିରେ ଅଚାନକ ଚଢ଼ାଉ କରାଯାଇଥିଲା । ଅଧିକ ପଢନ୍ତୁ...

ବ୍ରହ୍ମପୁର ୨୫ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କଲା ପ୍ରଶାସନ
ବ୍ରହ୍ମପୁର ୨୫ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କଲା ପ୍ରଶାସନ

By

Published : Jan 22, 2021, 11:00 PM IST

ବ୍ରହ୍ମପୁର :ଅବକାରୀ ବିଭାଗ ଓ ମାଜିଷ୍ଟେଟଙ୍କ ମିଳିତ ଚଢାଉରେ ପ୍ରାୟ ୨୫ ଏକର ଜମିରେ କରାଯାଉଥିବା ଗଞ୍ଜେଇ ଚାଷକୁ କାଟିବା ସହ ନିଆଁ ଲଗାଇ ନଷ୍ଟ କରିଦିଆଯାଇଛି । ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ ପାଟପୁର ଥାନା ଅନ୍ତର୍ଗତ ରାମପଲ୍ଲୀ, ଟି. ଗୋବିନ୍ଦପୁର ଅଞ୍ଚଳର ପାହାଡ଼ିଆ ଜମିରେ ଅଚାନକ ଚଢ଼ାଉ କରାଯାଇଥିଲା । ପ୍ରାୟ ୨୫ ଏକର ସରକାରୀ ଜମିରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରାଯାଉଥିବା ପ୍ରାୟ ୨୫ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି ।

ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଅବକାରୀ ନିରୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ନେତୃତ୍ବରେ ଅବକାରୀ ବିଭାଗର ଉପ ଅଧିକ୍ଷକ ରଞ୍ଜନ କୁମାର ନାୟକ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଅବକାରୀ ସଦର ଆଇ.ଆଇ.ସି ରୋସନ ହାନ୍ସଦା, ଚିକିଟି ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡ଼ାଙ୍କ ସମେତ ଅବକାରୀ ଓ ପୋଲିସ ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ତେବେ ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ବଜାରରେ ୨ କୋଟି ୫୦ ଲକ୍ଷ ହେବ ବୋଲି ଜଣାପଡିଛି । ଏନେଇ ଏକ ମାମଲା ରୁଜ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details