ବ୍ରହ୍ମପୁର: କୋରୋନାର ଦ୍ବିତୀୟ ଲହର ସମୟରେ ବ୍ରହ୍ମପୁର ସମେତ ସାରା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ନୂତନ ପଜେଟିଭଙ୍କ ସଂଖ୍ୟା । ଏଭଳି ସମୟରେ ନୂତନ ପଜେଟିଭଙ୍କୁ ଚିହ୍ନଟ କରି ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିବାବେଳେ ରେଶମ ସହରରେ କୋରୋନା ପରୀକ୍ଷାକୁ ଆହୁରି ବ୍ୟାପକ କରାଯାଇଛି । ଏଥିପାଇଁ ସହରର ଦୁଇଟି କଲ୍ୟାଣ ମଣ୍ଡପରେ ନୂତନ ପରୀକ୍ଷା କେନ୍ଦ୍ର କରିଛି ମହାନଗର ନିଗମ ।
କୋଭିଡ ପରୀକ୍ଷା ପାଇଁ ଦୁଇ କଲ୍ୟାଣ ମଣ୍ଡପରେ ଖୋଲିଲା ଟେଷ୍ଟିଂ ସେଣ୍ଟର - କଲ୍ୟାଣ ମଣ୍ଡପରେ ଖୋଲିଲା ଟେଷ୍ଟିଙ୍ଗ ସେଣ୍ଟର
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଶମ ସହରରେ କୋରୋନା ପରୀକ୍ଷାକୁ ଆହୁରି ବ୍ୟାପକ କରାଯାଇଛି । ଏଥିପାଇଁ ସହରର ଦୁଇଟି କଲ୍ୟାଣ ମଣ୍ଡପରେ ନୂତନ ପରୀକ୍ଷା କେନ୍ଦ୍ର କରିଛି ମହାନଗର ନିଗମ । ଅଧିକ ପଢନ୍ତୁ...
କୋଭିଡ ପରୀକ୍ଷା ପାଇଁ ଦୁଇ କଲ୍ୟାଣ ମଣ୍ଡପରେ ଖୋଲିଲା ଟେଷ୍ଟିଙ୍ଗ ସେଣ୍ଟର
ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟ୍ବିଟ ମାଧ୍ୟମରେ ସୂଚନା ଦିଆଯାଇଛି । ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ଖୋଡାସିଙ୍ଗିସ୍ଥିତ କଲ୍ୟାଣ ମଣ୍ଡପରେ ସକାଳ ୮ ଟାରୁ ଅପରାହ୍ନ 1ଟା ଏବଂ ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ସାମାଜିକ ଦୂରତ୍ବ ରକ୍ଷା କରି କୋଭିଡ ପରୀକ୍ଷା କରାଇବାକୁ ଆହ୍ବାନ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ