ବ୍ରହ୍ମପୁର :ବ୍ରହ୍ମପୁରରେ ଗୁରୁ ଦିବସ ପାଳନ । ଗୁରୁ ଦିବସରେ ପୁରାତନ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ସମେତ ବହୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ହେଲା ଉନ୍ମୋଚନ । ପବିତ୍ର ଗୁରୁଦିବସ ଅବସରରେ ବ୍ରହ୍ମପୁର ସହରରେ ରହିଥିବା ପୁରାତନ ବିଦ୍ୟାଳୟ ସିଟି ହାଇସ୍କୁଲର ପ୍ରତିଷ୍ଠାତାଙ୍କ ସମେତ ବହୁ ଦେଶ ଓ ରାଜ୍ୟର ମହା ପୁରୁଷଙ୍କ ପ୍ରତିମୂର୍ତ୍ତି ସହିତ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମଙ୍କ କରାଯାଇଛି ଉନ୍ମୋଚନ ।
ଏହି ବିଦ୍ୟାଳୟ ୧୯୩୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହାର ପ୍ରତିଷ୍ଠାତା ରାଓ ସାହେବ ଡାବ୍ଲୁ.ଭି.ବି.ରାମଲିଙ୍ଗମଙ୍କ ପ୍ରତିମୂର୍ତ୍ତି ସମେତ ଜାତିର ପିତା ମହାତ୍ମାଗାନ୍ଧୀ, ସ୍ୱର୍ଗତ ସୁବାସ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପାବନ୍ଧୁ ଦାଶ, ସ୍ୱର୍ଗତ ମଧୁସୂଦନ ଦାଶ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଏହି ବିଦ୍ୟାଳୟରେ ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମ ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରାଯାଇଥିଲା । ଏହାସହିତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏଭଳି ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କୁହାଯାଇଛି ।