ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ କଇଠଖଣ୍ଡି ପଞ୍ଚାୟତ ଅଧିନସ୍ଥ ତଲାସିଙ୍ଗି ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ଗତ ଶୁକ୍ରବାର ବିଦ୍ୟାଳୟର ନବମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଦୀପକ କୁମାର ସେଠୀକୁ, ଶିକ୍ଷକ ସୁନିଲ କୁମାର ମହାନ୍ତି ତାଙ୍କ କାରରୁ ଧୂଳି ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକଙ୍କ କଥା ମାନି ଦୀପକ କାର ସଫା କରୁଥିବା ବେଳେ, ଏଥିରେ ଦାଗ ହୋଇଥିଲା। ଏହାକୁ ନେଇ ଶିକ୍ଷକ ଜଣକ ଉତ୍ତେଜିତ ହୋଇ ଏକ ବେତରେ ଦୀପକକୁ ନିସ୍ତୁକ ମାଡ଼ ମାରିଥିଲେ।
ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଶିକ୍ଷକ ନିଲମ୍ବିତ - ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଶିକ୍ଷକ ନିଲମ୍ବିତ
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ କଇଠଖଣ୍ଡି ପଞ୍ଚାୟତ ଅଧିନସ୍ଥ ତଲାସିଙ୍ଗି ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।
![ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଶିକ୍ଷକ ନିଲମ୍ବିତ](https://etvbharatimages.akamaized.net/etvbharat/prod-images/768-512-5055058-thumbnail-3x2-screenshot-1057jpeg.jpg)
ଫାଇଲ ଫଟୋ
ଯେଉଁଥିରେ ତା’ର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ତଲାସିଙ୍ଗି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଦୀପକକୁ ଭର୍ତ୍ତି କରାଯାଇଥିଲା। ଏ ଘଟଣାର ପ୍ରତିବାଦରେ ବହୁ ଅଭିଭାବକ ଓ ଗ୍ରାମବାସୀ ହାଇସ୍କୁଲରେ ପହଞ୍ଚି ହୋହାଲ୍ଲା କରିଥିଲେ। ଏହି ଘଟଣା ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏନେଇ ତଦନ୍ତ କରି ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଶିକ୍ଷକ ସୁନିଲ କୁମାର ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ