ଓଡିଶା

odisha

ETV Bharat / city

ଆଜିଠୁ ଖୋଲିଲା ମା' ତାରାତାରିଣୀ ମନ୍ଦିର - Maa Taratarini temple open on january 3

ଆଜିଠୁ ଖୋଲିଲା ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା' ତାରାତାରିଣୀ ମନ୍ଦିର । କୋଭିଡ ଗାଇଡ ଲାଇନ ସହ ଥରକେ 15 ଜଣ ମା'ଙ୍କ ଦର୍ଶନ କରିବାକୁ ଅନୁମତି ଦିଆଯାଇଛି ।

ଆଜିଠୁ ଖୋଲିଲା ମା' ତାରାତାରିଣୀ ମନ୍ଦିର
ଆଜିଠୁ ଖୋଲିଲା ମା' ତାରାତାରିଣୀ ମନ୍ଦିର

By

Published : Jan 3, 2021, 7:22 AM IST

Updated : Jan 3, 2021, 10:14 AM IST

ବ୍ରହ୍ମପୁର:ଆଜିଠୁ ଖୋଲିଲା ଗଞ୍ଜାମର ଆରାଧ୍ୟ ଦେବୀ ମା' ତାରାତାରିଣୀ ମନ୍ଦିର । ଦୀର୍ଘ 9 ମାସ ପରେ ମା'ଙ୍କ ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଏହାସହ ଜାନୁଆରୀ 4ରୁ ଗଞ୍ଜାମର ଅନ୍ୟ ମନ୍ଦିର ମଧ୍ୟ ଖୋଲିବ ବୋଲି କହିଛନ୍ତି ଜିଲ୍ଲାପାଳ । କୋଭିଡ ଗାଇଡ ଲାଇନ ସହ ଥରକେ 15 ଜଣ ଲେଖାଏଁ ମା'ଙ୍କ ଦର୍ଶନ କରିବାକୁ ଅନୁମତି ଦିଆଯିବ । ମନ୍ଦିରରେ କୌଣସି ଗହଳି ନକରି ଶାନ୍ତି ଶୃଙ୍ଖଳା ସହ ମା'ଙ୍କ ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଅମୃତା କୁଲାଙ୍ଗେ ।

ଆଜିଠୁ ଖୋଲିଲା ମା' ତାରାତାରିଣୀ ମନ୍ଦିର

ମନ୍ଦିରକୁ ପ୍ରବେଶ ସମୟରେ ଭକ୍ତମାନେ ନିଶ୍ଚିତ ରୂପେ ମାସ୍କ ପରିଧାନ କରିବା ଜରୁରୀ । ଏହାସହିତ ସାନିଟାଇଜର୍ ବ୍ୟବହାର କରିବା ସହିତ ମନ୍ଦିର ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ କୁହାଯାଉଥିବାରୁ ଜନସାଧାରଣ ଏନେଇ ସହଯୋଗ କରିବାକୁ ଆହ୍ବାନ କରାଯାଇଛି । ମନ୍ଦିରର କାର୍ଯ୍ୟ ଜାରି ରହୁଥିବାରୁ ପାହାଡ ଉପରକୁ ଭକ୍ତଙ୍କ ଯାନବାହାନ ନେବା ପାଇଁ ବାରଣ କରାଯାଇଥିବା ବେଳେ ଏଭଳି ସମୟରେ ଭକ୍ତଙ୍କ ପାଇଁ ଶାନ୍ତିଶୃଙ୍ଖଳାରେ ଦର୍ଶନ କରିବାକୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 3, 2021, 10:14 AM IST

ABOUT THE AUTHOR

...view details