ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ମାଆ ତାରାତାରିଣୀ ମନ୍ଦିରର ହେବ ଉନ୍ନତିକରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିବା ପରେ ଛାଇଯାଇଛି ଖୁସିର ମାହୋଲ । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ମାଙ୍କ ନିକଟରେ ଲକ୍ଷେ ଆଠ ଆଳତୀ କରିଛନ୍ତି ମନ୍ଦିର ପୂଜକ ।
ପର୍ଯ୍ୟଟନ ପୃଷ୍ଠାରେ ପାଇବ ପରିଚୟ ତାରାତାରିଣୀ ପୀଠ ନିକଟରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ମନ୍ଦିର ଗସ୍ତରେ ଯାଇ ଏହାର ଉନ୍ନୟନ ନେଇ ସ୍ଥାନୀୟ ଜନସାଧାରଣ, ମନ୍ଦିର କର୍ତ୍ତୃପକ୍ଷ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି କାର୍ଯ୍ୟର ଘୋଷଣା କରି ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏଥିସହ ମନ୍ଦିର କାର୍ଯ୍ୟ ନିର୍ଦ୍ଧିଷ୍ଟ ଅଧୀନରେ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏ ନେଇ ସ୍ଥାନୀୟ ବାସିନ୍ଦା ଓ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ବଦଳିବ ତାରାତାରିଣୀ ପୀଠ ରୂପରେଖ, ପର୍ଯ୍ୟଟନ ପୃଷ୍ଠାରେ ପାଇବ ପରିଚୟ
ଏହି ଶକ୍ତିପୀଠକୁ ଆକର୍ଷଣୀୟ ଧର୍ମପୀଠ ପାଇଁ ବହୁତ ନୂତନ ଯୋଜନା ହାତକୁ ନିଆଯାଇଛି । ଏହା ମଧ୍ୟରେ ମନ୍ଦିରର ସିଂହଦ୍ବାର ପୁନଃରୁଦ୍ଧାର, ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା, ମନ୍ଦିର ପରିସରର ବିକାଶ ସମେତ ପ୍ରସାଦ ସେବନ ମଣ୍ଡପ, ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର, ମୁଣ୍ଡନ ହଲ ଏବଂ ଶୌଚାଳୟ ସମେତ ଫୁଡ୍ କିଓସ୍କୋ, ଜୋତା ଷ୍ଟାଣ୍ଡ, ପାଦଧୂଆ ସ୍ଥାନ, ପ୍ରତୀକ୍ଷା ହଲ୍, ଭିନ୍ନକ୍ଷମଙ୍କ ଯିବା ଆସିବା ପାଇଁ ସୁବିଧା, ଆଶ୍ରୟସ୍ଥଳୀ, ୱାଚ ଟାୱାର, ପୋଲିସ ଆଉଟ ପୋଷ୍ଟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଧ୍ୟାନ କେନ୍ଦ୍ର ଆଦି ସ୍ଥାନ ପାଇଛି ।
ବଦଳିବ ତାରାତାରିଣୀ ପୀଠ ରୂପରେଖ
ନିଜ ନିର୍ବାଚନ ମଣ୍ଡଳୀ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣାକୁ ପ୍ରଂଶସା କରାଯାଇଛି । ଯଦି , ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟ ବାସ୍ତବ ହୁଏ , ତେବେ ଏହା ବିଶ୍ବ ଐତିହ୍ୟରେ ଏକ ନୂଆ ଅଧ୍ୟାୟ ଯୋଡିବ । ଏଥିସହ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ ବୋଲି ଆଶା ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ