ବ୍ରହ୍ମପୁର: କୋରୋନାର ଭୟଭୟତାଙ୍କୁ ଦୃଷ୍ଟିରେ ରଖି ଦଣ୍ଡନୃତ୍ୟ ଓ ତାରାତାରିଣୀ ଯାତ୍ରା ଉପରେ ଅଙ୍କୁଶ । ଚୈତ୍ର ମାସରେ ଆୟୋଜିତ ହେଉଥିବା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନୃତ୍ୟ ଏବଂ ପ୍ରସିଦ୍ଧ ମାଆ ତାରାତାରିଣୀ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଛି । କୋରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ସୂଚନା ଦିଆଯାଇଛି ।
ମାଆ ତାରାତାରିଣୀ ମନ୍ଦିରରେ ପ୍ରତେକ ମଙ୍ଗଳବାର ମାଆଙ୍କର ଯାତ୍ରା ହେଉଥିବା ବେଳେ ସରକାରଙ୍କ ପକ୍ଷରୁ କୋରୋନାକୁ ଜାତୀୟ ବିପତ୍ତି ଘୋଷଣା କରାଯିବା ପରେ ଏହି ଯାତ୍ରା ସମୟରେ ଶିଶୁ ମାନଙ୍କ ମୁଣ୍ଡନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସମସ୍ତ ବ୍ୟବସ୍ଥାକୁ ବନ୍ଦ କରାଯିବା ସହ ବାହାରୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ନଆସିବାକୁ ଅନୁରୋଧ କରାଯାଇଛି ।
ଏପରିକି ଜିଲ୍ଲାରେ ମେରୁ ସଂକ୍ରାନ୍ତି ପୂର୍ବରୁ ଆରମ୍ଭ ହେଉଥିବା ଦଣ୍ଡନୃତ୍ୟ ଉପରେ ମଧ୍ୟ କଟକଣା ଜାରି କରାଯାଇଥିବା ବେଳେ ସମସ୍ତ କ୍ଲବ ଠାରୁ ଆରମ୍ଭ କରି ଜିମ୍ , ଲାଇବ୍ରେରୀ ଠାରୁ ଆରମ୍ଭ କରି ସମସ୍ତ ଛାତ୍ରାବାସକୁ ବନ୍ଦ କରିବାକୁ କୁହାଯାଇଛି ।
ବାହାଘର ଠାରୁ ଆରମ୍ଭ କରି ବ୍ରତ ଭଳି ସମସ୍ତ ଭୋଜି ଉତ୍ସବକୁ କୌଣସି କଲ୍ୟାଣ ମଣ୍ଡପ ଦିଆ ନଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ସେମାନେ ଏହି ବିପତ୍ତି ସମୟରେ ଅତ୍ୟନ୍ତ ସାଧାରଣ ଭାବରେ ଆୟୋଜନ କରାଯିବାକୁ କୁହାଯାଇଛି । ଜନସାଧାରଣଙ୍କୁ ମାକ୍ସ ବଣ୍ଟନ କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଦାୟିତ୍ବ ଦିଆଯାଇଥିବା ବେଳେ ମନ୍ଦିର ,ମସଜିଦ୍ ଏବଂ ଚର୍ଚ୍ଚ ଗୁଡିକୁ କେହି ନଯିବାକୁ ନିର୍ଦ୍ଧେଶ ଦିଆଯାଇଛି ।