ବ୍ରହ୍ମପୁର:ତପସ୍ଵିନୀଙ୍କୁ ଏକ ଭଡ଼ା ଘରେ ରଖିବାକୁ ପୁଣି ସ୍ବାମୀ ସୁମିତଙ୍କୁ ନିର୍ଦ୍ଦେଶ ଦେଲେ ବ୍ରହ୍ମପୁର SDJM କୋର୍ଟ (SDJM Court again asks Sumit to take a rented accommodation and stay with Tapaswini) । ଖାଲି ସେତିକି ନୁହେଁ ତପସ୍ଵିନୀଙ୍କ ସବୁ ପ୍ରକାର ରକ୍ଷଣାବେକ୍ଷଣର ଦାୟିତ୍ବ ମଧ୍ୟ ନେବେ ସୁମିତ । ବ୍ରହ୍ମାନଗର ଅଞ୍ଚଳର ଡାକ୍ତର ସୁମିତ ସାହୁ ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ଦାଶଙ୍କ ବିବାଦର ଆଜି ପ୍ରକାଶ ପାଇବାକୁ ଥିଲା ତପସ୍ୱିନୀଙ୍କ ମୁଖ୍ୟ ପିଟିସନର ରାୟ ।
ଶ୍ୱଶୁର ଘରେ ବୋହୁର ମାନ୍ୟତା ସହିତ ସ୍ୱାମୀ ପାଖରେ ରହିବାକୁ ଦାବି କରି ବ୍ରହ୍ମପୁର SDJM କୋର୍ଟରେ ପିଟିସନ ଦାଖଲ କରିଥିଲେ । ମୁଖ୍ୟ ପିଟିସନ୍ ମାମାଲାରେ ଆଜି ଦୁଇ ପକ୍ଷର ଆଇନଜୀବିମାନେ କୋର୍ଟରେ ହାଜର ହୋଇଥିଲେ । ଆଜି ଉକ୍ତ ମାମଲାର ଡାକ୍ତର ସୁମିତଙ୍କ ପକ୍ଷରୁ ୧୫ ଦିନ ସମୟ ମାଗାଯାଇଥିଲା ।