ବ୍ରହ୍ମପୁର:ଦିନ ଯେତେ ଗଡୁଛି ତପସ୍ୱିନୀ ଓ ସୁମିତଙ୍କ ବିବାଦ ସେତେ ବଢୁଛି । ନିଜର ହକ ପାଇଁ ଧାରଣା ଦେଇଥିବା ତପସ୍ବିନୀଙ୍କ ଆଜି କୋର୍ଟରେ ପିଟିସନ ଶୁଣାଣି ଥିବା ବେଳେ ଗତକାଲି ଏକ ଭିଡିଓ ଭାଇରାଲ ହୋଇଛି (Tapaswini and Sumit video viral) । ଯେଉଁଥିକେ କି ସୁମିତ ଓ ତପସ୍ବିନୀ ବାର୍ତ୍ତାଳାପ କରୁଛନ୍ତି ଏବଂ ତପସ୍ବିନୀ ସୁମିତଙ୍କୁ ୮ଲକ୍ଷ ଟଙ୍କା ଦାବି କରୁଥିବାର ଦେଖିବାକୁ ମିଳିଛି । ଏଥି ସହ ଉଭୟଙ୍କ ମଧ୍ୟରେ ତିକ୍ତତା ଓ ତପସ୍ବିନୀ ଚାଟିଂ କରୁଥିବାବେଳେ ସଞ୍ଜିତ ବାରିକ ନାମକ ଜଣେ ଯୁବକ କିଏ ବୋଲି ସୁମିତ ପ୍ରଶ୍ନ କରୁଛନ୍ତି । ମୋତେ ୮ଲକ୍ଷ ଟଙ୍କା ଦେ ନ ଦେ, ବାସ ମୋତେ ଡିଭୋସ ଦେ ବୋଲି ତପସ୍ବିନୀ ସୁମିତଙ୍କୁ କହୁଥିବାର ଶୁଣିବାକୁ ମିଳିଛି ।
ଏବେ ଏହି ଭିଡିଓ ବାର୍ତ୍ତାଳାପ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ତପସ୍ବିନୀ । ସେ କହିଛନ୍ତି କୋଉ ପୁଅ ସହ ଚାଟ କରିଛି ମୁଁ ଜାଣି ନାହିଁ । ଯଦି ସେ ପୁଅ ସହ ମୋର କୌଣସି ରିଲେସନ ଥାଏ ତେବେ ସେ ମୋ ପାଖକୁ ଆସିଥାଆନ୍ତା । ହେଲେ ଏପର୍ଯ୍ୟନ୍ତ ସେମିତି କେହିବି ଆସିନାହାନ୍ତି । ଏଥି ସହ ଦାବି କରିଥିବା ୮ଲକ୍ଷ ଟଙ୍କାକୁ ନେଇ ସେ କହିଛନ୍ତି ସୁମିତଙ୍କ ପରିବାର ଲୋକେ ଆମଠାରୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ମୋର ଏମବିବିଏସ କୋର୍ସ ପାଇଁ ମୋ ବାପା ସୁମିତଙ୍କୁ ୮ ଲକ୍ଷଟଙ୍କା ଦେଇଥିଲେ । କିନ୍ତୁ ସେ ଟଙ୍କା ମୋର ଜଏନ କରିବାର କୌଣସି ପଦକ୍ଷପ ନିଆଯାଇନାହିଁ । ସେମାନେ ବାରମ୍ବାର ଡିଭୋସ କଥା କହୁଥିବାରୁ ମୁଁ କହିଥିଲି ମୋତେ ୮ ଲକ୍ଷ ଦିଅ ଓ ଡିଭୋସ ନିଅ । ତା ଛଡା ଯଦି ମୋତେ ୮ କୋଟି ଟଙ୍କା ଦେଲେବି ମୁଁ ଡିଭୋର୍ସ ଦେବି ନାହିଁ ।