ବ୍ରହ୍ମପୁର: ସଫଳ ହେଲା ତପସ୍ୱିନୀଙ୍କ ତପସ୍ୟା । ହେଲେ ଅସନ୍ତୁଷ୍ଟ ହେଲେ ଶ୍ବଶୁର । ଶ୍ୱଶୁର ଘରେ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ବଶୁର ପ୍ରମୋଦ ସାହୁ । ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ରାତ୍ରି ସମୟରେ ପ୍ରମୋଦ ନିଜ ଘର ଛାଡୁଥିବା କହିଛନ୍ତି । ପୂର୍ବରୁ ବୋହୁ ତାଙ୍କ ପରିବାର ନାମରେ ମାମଲା ରୁଜୁ କରିଥିବା ବେଳେ କୋର୍ଟରେ ମାମଲା ରହିଥିବା ଯୋଗୁଁ ସେ କିପରି ସେହି ଘରେ ରହିବେ କହିଛନ୍ତି ତପସ୍ୱିନୀଙ୍କ ଶ୍ବଶୁର ପ୍ରମୋଦ ସାହୁ।
ଶାଶୂଘରେ ଗୃହ ପ୍ରବେଶ କଲେ ତପସ୍ୱିନୀ, ଘର ଛାଡ଼ିଲେ ଶ୍ବଶୁର - ତପସ୍ୱିନୀଙ୍କ ଧାରଣା
ତପସ୍ୱିନୀଙ୍କ ଶ୍ୱଶୁର ଘରେ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ବଶୁର ପ୍ରମୋଦ ସାହୁ । ଏ ନେଇ ଏକ ଭିଡିଓ ବାର୍ତ୍ତାରେ ଦେଲେ ସୂଚନା । ଅଧିକ ପଢନ୍ତୁ
ତପସ୍ୱିନୀଙ୍କ ଶ୍ୱଶୁର ଘରେ ଗୃହ ପ୍ରବେଶ, ଘର ଛାଡ଼ିଲେ ଶ୍ବଶୁର
ଦୀର୍ଘ ୪୬ ଦିନ ଧରି ବହୁ ବାଦବିବାଦ ପରେ ଶେଷରେ ଗଞ୍ଜାମ ଜିଲ୍ଲା ଦୈରାଜଜ କୋର୍ଟରେ ମିଳିଥିବା ରାୟ ପ୍ରକାରେ ତପସ୍ୱିନୀକୁ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ ଓ ପ୍ରୋଟୋକ୍ସନ ଅଫିସରଙ୍କ ଉପସ୍ଥିତରେ ଘରେ ପ୍ରବେଶ କରାଇବା ପରେ ଶ୍ବଶୁରଙ୍କ ଏହି ଭିଡିଓ ଭାଇରାଲ ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Jan 7, 2022, 10:34 AM IST