ବ୍ରହ୍ମପୁର: ପ୍ରକାଶ ପାଇଛି ଚଳିତ ବର୍ଷର ବିଏସଇ ମାଟ୍ରିକ ପରୀକ୍ଷାଫଳ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଶିବ ପ୍ରସାଦ ପାଣି ମୋଟ ୫୭୮ ମାର୍କ ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି । ତାଙ୍କର ସମୁଦାୟ ୯୬.୩୩ ପ୍ରତିଶତ ମାର୍କ ରହିଛି ।
ଓଡିଶା ଟପ୍ପର ଶିବ ପ୍ରସାଦ, ପ୍ରଶାସନିକ କ୍ଷେତ୍ରରେ ଯୋଗଦେବା ଲକ୍ଷ୍ୟ - matrik exam resultout
ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ଫଳ । ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଶିବ ପ୍ରସାଦ ପାଣି ମୋଟ ୫୭୮ ମାର୍କ ରଖି ଟପ୍ପର ହୋଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଖରା ଛୁଟିରେ ଏକ ସ୍ବତନ୍ତ୍ର କୋର୍ସ କରିବା ପାଇଁ ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ବର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ଲାଭ କରୁଛନ୍ତି ଶିବ ପ୍ରସାଦ । ଏହି ବିଦ୍ୟାର୍ଥୀ ଜଣଙ୍କ ଭବିଷ୍ୟତରେ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଶିବ ପ୍ରସାଦ କିଭଳି ଏହି ସଫଳତା ପାଇଲେ ସେ ନେଇ ତାଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ।
Last Updated : May 22, 2019, 12:56 AM IST