ଓଡିଶା

odisha

ETV Bharat / city

ପାକିସ୍ତାନକୁ ଭାରତୀୟ ସେନାର କଡା ଜବାବ: ବ୍ରହ୍ମପୁରରେ ମିଠା ବଣ୍ଟନ - ବ୍ରହ୍ମପୁରରେ ମିଠା ବଣ୍ଟନ

ପାକିସ୍ତାନକୁ ଭାରତୀୟ ସେନାର କଡା ଜବାବ ଦିଆଯିବା ନେଇ ହ୍ମପୁରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଙ୍ଘ ପକ୍ଷରୁ ମିଷ୍ଟାନ ବଣ୍ଟନ । ଭାରତର ପାଲଟା ଜବାବରେ 4ରୁ 5 ପାକିସ୍ତାନୀ ସେନା ନିହତ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Oct 21, 2019, 5:04 AM IST

ବ୍ରହ୍ମପୁର: ପାକିସ୍ତାନକୁ ଭାରତୀୟ ସେନାର କଡା ଜବାବ ଦିଆଯିବା ଘଟଣାକୁ ନେଇ ବ୍ରହ୍ମପୁରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଙ୍ଘ ପକ୍ଷରୁ ମିଷ୍ଟାନ ବଣ୍ଟନ କରାଯାଇଛି । ସହରର କୋର୍ଟପେଟା ଛକ ଜଗନ୍ନାଥ ମନ୍ଦିର ସମୁଖରେ ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ଏହି କାର୍ଯ୍ୟ କରି ସୈନିକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରବିବାର ଜାମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା କରାଯିବା ପରେ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା । ସେପଟେ ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ପିଓକେରେ ଭାରି ମାତ୍ରାରେ କ୍ଷୟକ୍ଷତି ହୋଇଥିବା ସ୍ବୀକାର କରିଛି ପାକିସ୍ତାନ । ଏହି ଆକ୍ରମଣରେ ଦୁଇ ଯବାନଙ୍କ ସମେତ ୩ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଭାରତର ପାଲଟା ଜବାବରେ 4 ରୁ 5 ପାକିସ୍ତାନୀ ସେନା ନିହତ ହୋଇଥିବା ସୂଚନା ରହିଛି ।

ତଙ୍ଗଧର ସେକ୍ଟରରେ ପ୍ରଥମେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ସେକ୍ଟରର ବିପରୀତ ପାର୍ଶ୍ବରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏଥିରେ ପାଞ୍ଚ ପାକିସ୍ତାନ ସୈନଙ୍କ ସମେତ ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details