ଓଡିଶା

odisha

ETV Bharat / city

Swachh Bharat Mission; ଫେଲ ମାରିଛି ମିଶନ, ରାସ୍ତାରେ ଷଢୁଛି କୁଢ କୁଢ ଅଳିଆ - ରାସ୍ତା କଡ଼ରେ ଅଳିଆ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରୁ ଫୁଲବାଣୀ ଯିବା ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ସହରର ଆବର୍ଜନାରୁ ଜୈବିକ ସାର ପ୍ରସ୍ତୁତ କରିବା ପାଇଁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଛି ଏମସିସି । ହେଲେ ଉଦଘାଟନ ପରେ ତାହା ଅଚଳ ହୋଇ ପଡ଼ି ରହିଛି । ଅଧିକ ପଢନ୍ତୁ

ଫେଲ ସ୍ବଚ୍ଛଭାରତ ମିଶନ, ରାସ୍ତା କଡ଼ରେ ପଡ଼ି ରହିଛି କୁଢ କୁଢ ଅଳିଆ
ଫେଲ ସ୍ବଚ୍ଛଭାରତ ମିଶନ, ରାସ୍ତା କଡ଼ରେ ପଡ଼ି ରହିଛି କୁଢ କୁଢ ଅଳିଆ

By

Published : Nov 22, 2021, 2:29 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରୁ ଫୁଲବାଣୀ ଯିବା ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଅଳିଆ ଗଦାରୁ ଦିନରାତି ବାହାରୁ ଥିବା ଦୁର୍ଗନ୍ଧ, ଧୂଆଁ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ସହରରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ଏନଏସି ପକ୍ଷରୁ ସଂଗ୍ରହ କରି ଜୈବିକ ସାର ପ୍ରସ୍ତୁତ କରିବା ପାଇଁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମସିସି ) ନିର୍ମାଣ ହୋଇଛି । ହେଲେ ଉଦଘାଟନର କିଛି ଦିନ ପରେ କାର୍ଯ୍ୟକାରୀ ନ ହୋଇ ପଡିରହିଥିଲା ।

ସହରରୁ ବାହାରୁଥିବା ଅଳିଆ ଆବର୍ଜନାଗୁଡିକୁ ପୂର୍ବରୁ ଏନଏସି ପକ୍ଷରୁ ନିଆଯାଇ ଜଳ ଭଣ୍ଡାର ନିକଟରେ ପକାଯାଉଥିଲା ଯଦ୍ବାରା ବର୍ଷା ହେଲେ ଏହି ଦୂଷିତ ଜଳ ଯାଇ ଜଳ ଭଣ୍ଡାରରେ ମିଶୁଛି । ଆଉ ସେହି ପାଣିକୁ ସହରବାସୀ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି । ଫଳରେ ନାନା ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଯାଉଥିବା କହିଛନ୍ତି ଅଞ୍ଚଳବାସୀ ।

ଫେଲ ସ୍ବଚ୍ଛଭାରତ ମିଶନ, ରାସ୍ତା କଡ଼ରେ ପଡ଼ି ରହିଛି କୁଢ କୁଢ ଅଳିଆ

ସହରର ଆବର୍ଜନାରୁ ଜୈବିକ ସାର ପ୍ରସ୍ତୁତ କରିବା ପାଇଁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଛି ଏମସିସି । ହେଲେ ଉଦଘାଟନ ପରେ ମଧ୍ୟ ତାହା ତାହା ଦୀର୍ଘ ସମୟଧରି ଅଚଳ ହୋଇ ପଡ଼ିରହିଥିଲା । କିନ୍ତୁ ବର୍ତ୍ତମାନ କିଛି ମାସ ହେଲା ଏହା କାର୍ଯ୍ୟକ୍ଷମ ହୋଇଛି । ଏପଟେ ପୂର୍ବରୁ ପଡିଥିବା ଆବର୍ଜନାଗୁଡିକୁ କିପରି ପରିଚାଳନା କରାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details