ଓଡିଶା

odisha

ETV Bharat / city

୧୨ ଦଫା ଦାବି ନେଇ ଏସ୍.ୟୁ.ଟି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବ୍ରହ୍ମପୁରରେ ବିକ୍ଷୋଭ

ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବା, ଜନବିରୋଧୀ ବିଦ୍ୟୁତ ସଂଶୋଧନ ଆଇନ-୨୦୨୦କୁ ବାତିଲ କରିବା ଭଳି ୧୨ ଦଫା ଦାବିକୁ ନେଇ ଏସ୍.ୟୁ.ଟି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବ୍ରହ୍ମପୁର ଠାରେ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ...

By

Published : Sep 30, 2020, 7:06 AM IST

SUTI communist protest
୧୨ ଦଫା ଦାବୀ ନେଇ ଏସ୍.ୟୁ.ଟି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର: ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବା, ଜନବିରୋଧୀ ବିଦ୍ୟୁତ ସଂଶୋଧନ ଆଇନ-୨୦୨୦କୁ ବାତିଲ କରିବା ଭଳି ୧୨ ଦଫା ଦାବିକୁ ନେଇ ଏସ୍.ୟୁ.ଟି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବ୍ରହ୍ମପୁର ଠାରେ ବିକ୍ଷୋଭ କରାଯାଇଛି । ଜିଲ୍ଲା ସମ୍ପାଦକ ସୋମନାଥ ବେହେରାଙ୍କ ନେତୃତ୍ବରେ ସହରର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ କରାଯାଇଥିଲା ।

୧୨ ଦଫା ଦାବୀ ନେଇ ଏସ୍.ୟୁ.ଟି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବିକ୍ଷୋଭ

ତେବେ ମଙ୍ଗଳବାର ହୋଇଥିବା ଏହି ବିକ୍ଷୋଭରେ ପ୍ରବାସୀ ଶ୍ରମିକ ମାନଙ୍କୁ ବର୍ଷତମାମ ମନରେଗା ମାଧ୍ୟମରେ ଦୈନିକ ସର୍ବନିମ୍ନ ଛଅ ଶହ ଟଙ୍କା ମଜୁରୀ ଦେଇ କାର୍ଯ୍ୟ ଯୋଗାଇଦେବା , ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରି ସେମାନଙ୍କର ଜୀବନ ଜୀବିକାର ସୁରକ୍ଷାକୁ ସୁନିଶ୍ଚିତ କରିବା, ସାରର କଳାବଜାରୀ ବନ୍ଦ କରିବା ପାଇଁ ସରକାରୀ ସାର ଦୋକାନ ଖୋଲିବା ଭଳି ଦାବି ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details