ବ୍ରହ୍ମପୁର: ସୁମିତ୍-ତପସ୍ବିନୀ ଘରୋଇ ବିବାଦ ମାମଲା । କାନ୍ଦି କାନ୍ଦି ଭିଡିଓ ଜାରି କଲେ ତପସ୍ବିନୀ । ଆପଣମାନେ ମୋତେ ବିଶ୍ବାସ କରନ୍ତୁ କି ନ କରନ୍ତୁ, ମୁଁ ସୁମିତଙ୍କୁ ଭଲ ପାଇ ବିବାହ କରିଥିଲି । ଖୁସିରେ ସଂସାରକୁ ସ୍ବପ୍ନ ଦେଖିଥିଲି । ହେଲେ ସେମିତି କିଛି ଘଟିଲାନି । ଯାହାକୁ ବିଶ୍ବାସ କରି ହାତ ଧରିଥିଲି ସେ ଆଜି ମୋତେ ବରବାଦ୍ କରିବାକୁ ଚାହୁଁଛନ୍ତି । ଏତେ ଦିନର ଧାରଣା ପରେ ବହୁ କଷ୍ଟ ପାଇଲାଣି । ମୁଁ ବଞ୍ଚି ଥାଉ ଥାଉ ସୁମିତ୍ ମୋତ ତୁମ ପାଖକୁ ନେଇଯାଇ ବୋଲି ଭିଡିଓରେ କାନ୍ଦି କାନ୍ଦି କହିଛନ୍ତି ତପସ୍ବିନୀ ।
ଆହୁରିମଧ୍ୟ, ବିଶ୍ବାସ କରିବା ଯଦି ଭୁଲ୍ ତାହାହେଳେ ମଣିଷ ଆଉ ମଣିଷକୁ ବିଶ୍ବାସ କରିବନି । ମୋତେ ଏହି ବାରଣ୍ଡାରୁ ମଧ୍ୟ ଉଠାଇବା ପାଇଁ ଚକ୍ରାନ୍ତ କରାଯାଉଛି । କିଏ ମୋତେ ମାରିବା ଧମକ ଦଉଛି ତ ଆଉ କିଏ ଅଯଥାରେ ମୋ ନାଁରେ କେସ୍ କରୁଛି । ଯାହାକୁ ସ୍ବାମୀ ବୋଲି ଭାବି ହାତ ଧରିଥିଲି, ହେଲେ ସେ ହାତ ଛାଡିଦେଲେ । ଦୟାକରି ଟିକିଏ ମୋ ବିଷୟ ଭାବନ୍ତୁ । ମୁଁ ସୁମିତଙ୍କୁ ବହୁତ ଭଲ ପାଏ । ମୁଁ ତାଙ୍କୁ ବରବାଦ କରିବାକୁ ଚାହେଁନି । ମୁଁ ପଇସା ପାଇଁ ଏସବୁ କରୁନାହିଁ, ମୋତେ ସୁମିତ୍ ଦରକାର । କିଏ ଜାଣେ କେତେବେଳେ ମୋ ମୁଣ୍ଡକୁ ମରିବା ପାଇଁ ଆସିବ ବୋଲି କୋହଭରା କଣ୍ଠରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏଭଳି କହିଛନ୍ତି ଧାରଣାରେ ବସି ରହିଥିବା ତପସ୍ବିନୀ । ଏଥିସହ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।