ବ୍ରହ୍ମପୁର:ସୁମିତ ଓ ତପସ୍ବିନୀ ପାରିବାରିକ ବିବାଦ(sumit-tapaswini marital discord) । ଜିଲ୍ଲା ଜଜଙ୍କ ଆଦେଶ ଅନୁଯାୟୀ ତପସ୍ବିନୀଙ୍କୁ ମାସିକ ଖର୍ଚ୍ଚ ବାବଦ ଟଙ୍କା ଦେଲେ ନାହିଁ ସୁମିତ । ଅଦ୍ୟାବିଧି ଟଙ୍କା ଦାଖଲ ହୋଇନଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତପସ୍ବିନୀଙ୍କ ଆଇନଜୀବୀ । ଏହି ପାରିବାରିକ ବିବାଦ ମାମଲାର ଶୁଣାଣି କରି ଜିଲ୍ଲାଜଜ କୋର୍ଟଙ୍କ ପକ୍ଷରୁ ସ୍ୱାମୀ ସୁମିତଙ୍କୁ ତପସ୍ୱିନୀଙ୍କ ଚଳିବା ପାଇଁ ମାସିକ ଖର୍ଚ୍ଚ ବାବଦକୁ ୧୭ ହଜାର ଟଙ୍କା ଦେବାକୁ ଆଦେଶ ଦିଆଯାଇଥିଲା । ପ୍ରତ୍ୟେକ ମାସର ୧୦ ତାରିଖରେ ଟଙ୍କା ପ୍ରଦାନର ରସିଦ୍ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଥିଲା । ଯାହା ସୁମିତ୍ କରିନଥିବା ଆଇନଜୀବୀ କହିଛନ୍ତି ।
sumit-tapaswini marital discord: ମାସିକ ଖର୍ଚ୍ଚ ଦେଲେନାହିଁ ସୁମିତ୍
ତପସ୍ବିନୀଙ୍କ ଚଳିବା ପାଇଁ ମାସିକ ଖର୍ଚ୍ଚ ଦେଲେ ନାହିଁ ସୁମିତ୍ । ସୂଚନା ଦେଲେ ତପସ୍ବିନୀଙ୍କ ଆଇନଜୀବୀ । ଅଧିକ ପଢନ୍ତୁ
sumit-tapaswini marital discord: ମାସିକ ଖର୍ଚ୍ଚ ଦେଲେନାହିଁ ସୁମିତ୍
ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁମିତ୍ଙ୍କ ଆଇନଜୀବୀ । ଚଳିତ ମାସର ୧୦ ତାରିଖରେ ଏକ ମାସ ପୂରଣ ହୋଇନଥିବାରୁ ଏହି ଅର୍ଥ ପ୍ରଦାନ କରାଯାଇ ନଥିବା ସେ ପ୍ରକାଶ କରିଛନ୍ତି । ଏଥିସହ ସୁମିତ୍ଙ୍କ ମାଆ ଏବଂ ଜେଜେମାଆଙ୍କ ସୁରକ୍ଷା ପିଟିସନ ନେଇ ଏସଡିଜେଏମ୍(SDJM) କୋର୍ଟରେ ଦାଖଲ ହୋଇଥିବା ପିଟିସନକୁ କୋର୍ଟ ଖାରଜ କରି ଦେଇଥିବା ନେଇ ଉଭୟ ପକ୍ଷଙ୍କ ଆଇନଜୀବୀ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Jan 11, 2022, 9:36 AM IST