ଓଡିଶା

odisha

ETV Bharat / city

‘ଜଣେ ମାଆ ଭାବରେ ଲଢିବି’ - Pathak issue

ପାଠକ ପିତା-ପୁତ୍ର ମାମଲାରେ ଜଣେ ମା’ ହିସାବରେ ଲଢିବି ବୋଲି କହିଛନ୍ତି ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ଅଧିକ ପଢନ୍ତୁ...

ପାଠକ ପିତା-ପୁତ୍ର
ପାଠକ ପିତା-ପୁତ୍ର

By

Published : Feb 12, 2021, 8:35 AM IST

ବ୍ରହ୍ମପୁର: ପାଠକ ପରିବାର ପାଇଁ ଜଣେ ସମ୍ପର୍କୀୟ ଓ ଆକାଶ ପାଠକଙ୍କ ପାଇଁ ମା’ ହିସାବରେ ଲଢିବି । ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାରକୁ ବଦନାମ କରିବାକୁ ଯୋଜନା କରାଯାଉଛି । ଯାହାର ଜବାବ ଗଞ୍ଜାମବାସୀ ଓ ଗୋପାଳପୁରବାସୀ ଆଗାମୀ ଦିନରେ ଦେବେ । ଏପରି କିଛି କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ତଥା ଆଇନଜୀବୀ ସୁଜାତା ପାଣିଗ୍ରାହୀ ।

ପାଠକ ପିତା-ପୁତ୍ର

ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନାରେ ପୂର୍ବରୁ ରହିଥିବା ତିନୋଟି ମାମଲାରେ ପାଠକ ପରିବାରର ବାପା ଓ ପୁଅଙ୍କ କୌଣସି ନାମ ଏତଲାରେ ନଥିବାବେଳେ ଜଣେ ବ୍ୟକ୍ତିଙ୍କ ମତାମତକୁ ନେଇ ସେମାନଙ୍କୁ ସମ୍ପୃକ୍ତି କରାଯାଇଥିବା ସେ କହିଛନ୍ତି । ସେହିପରି ଟଙ୍କା କାରବାର ସମ୍ପର୍କରେ ଯେଉଁ ବିଷୟରେ କୁହାଯାଉଛି, ସେଥିରେ ଆଇ.ଏଫ୍.ଏସ୍ ଅଧିକାରୀ ଅଭୟ ପାଠକଙ୍କ ନାମରେ କୌଣସି କାରବାର ହୋଇନଥିବା ଏବଂ ତାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଗଲେ ତାହ ସ୍ପଷ୍ଟ ହୋଇଯିବ ବୋଲି ସୁଜାତା କହିଛନ୍ତି ।

ଏପରିକି ଏ ନେଇ ତାହାର କୌଣସି ପ୍ରମାଣ ନଥିବାବେଳେ ବଦଦାମ କରିବା ପାଇଁ ଯେଉଁଭଳି ପ୍ରଚେଷ୍ଟା ଜାରି ରଖିଛନ୍ତି ସେଭଳି ପ୍ରଚେଷ୍ଟା ବିକାଶମୂଳକ କାର୍ଯ୍ୟ ପାଇଁ କରିଥିଲେ ଜିଲ୍ଲାର ଅନେକ ଉନ୍ନତି ହୋଇପାରନ୍ତା ବୋଲି ସେ କହିଛନ୍ତି । ସେହିପରି ଏଥିରେ ପରିବାରକୁ ସମ୍ପୃକ୍ତ ନକରାନ୍ତୁ ବୋଲି ସେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details