ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ଏକ ବର୍ଷ ଧରି ଆରମ୍ଭ ହୋଇଛି ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି । ଏହି ପାଣ୍ଠି ଇତି ମଧ୍ୟରେ କେରଳର ବନ୍ୟା ବିପନ୍ନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ଠାରୁ ଆରମ୍ଭ କରି ଫୋନି ସମୟରେ ସରକାରଙ୍କୁ ସହାୟତା ଏବଂ ଜିଲ୍ଲାର ପ୍ରାୟ ବିଭିନ୍ନ ସମସ୍ୟାରେ ରହିଥିବା ୫୭ ଜଣ ଶିକ୍ଷକ ଓ ଛାତ୍ର ଛାତ୍ରଛାତ୍ରୀଙ୍କୁ ଯୋଗାଇଛି ଆର୍ଥିକ ସହାୟତା ।
ଅସହାୟର ସାଥୀ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି - student found of berhampur
ଗଞ୍ଜାମ ଜିଲ୍ଲାରେ ଗତ ଏକ ବର୍ଷ ଧରି ଆରମ୍ଭ ହୋଇଛି ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି । ଏହି ପାଣ୍ଠି ଇତି ମଧ୍ୟରେ କେରଳର ବନ୍ୟା ବିପନ୍ନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରୁଛି ।

ଅସହାୟର ସାଥୀ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି
ଅସହାୟର ସାଥୀ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି
ଏପରିକି ଗତ ଏକ ବର୍ଷ ମଧ୍ୟରେ 35ଲକ୍ଷ ଟଙ୍କାରୁ ଉର୍ଦ୍ଧ ଆଦାୟ ହୋଇଥିବା ବେଳେ ଇତି ମଧ୍ୟରେ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହାସହ ପାଣ୍ଠିରେ ଆହୁରି ୧୦ ଲକ୍ଷ ଟଙ୍କା ରହିଛି । ଯେ କୌଣସି ଅସୁବିଧା ସମୟରେ ଏହି ପାଣ୍ଠି ସହାୟତା ପ୍ରଦାନ କରୁଥିବାରୁ ଆଗାମୀ ଦିନରେ ଏଥିପ୍ରତି ସମସ୍ତଙ୍କ ସହଯୋଗ ପାଇଁ ଆହ୍ବାନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ