ବ୍ରହ୍ମପୁର: କୋରୋନା ଯୁଦ୍ଧରେ ଅମୋଘ ଅସ୍ତ୍ର ହେଉଛି ଟିକା । ମହାମାରୀକୁ ମାତ ଦେବାକୁ ଟୀକାକରଣ ଉପରେ ଦିଆଯାଉଛି ଗୁରୁତ୍ବ । ସରକାରଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ସବୁ ଅପିଲ ସତ୍ତ୍ବେ ଏବେ ବି ଟିକା ନେବା ପାଇଁ ଅନେକଙ୍କ ମନରେ ରହିଛି ଭୟ ।
ଟିକା ପାଇଁ ସଚେତନତା, ଟୋକେଇରେ ଷ୍ଟିକର ମାରିଲେ ବୁଲାବିକାଳୀ ଦିନେ କୋଭିଡ କାୟା ମଧ୍ୟରେ ଥିବା ଗଞ୍ଜାମ ଜିଲ୍ଲାରେ ଟୀକାକରଣକୁ ନେଇ ସୃଷ୍ଟି ହୋଇଛି ସଚେତନତା । ହିଞ୍ଜିଲିକାଟୁ ଟିକା ନେବା ପାଇଁ ସଚେତନ ସହରବାସୀ ଆପଣାଇଛନ୍ତି ଅଭିନବ ଉଦ୍ୟମ । ସ୍ଥାନୀୟ ବୁଲା ବିକାଳୀ ଏବଂ ରାସ୍ତା କଡର ବ୍ୟବସାୟୀ ନିଜ ମୁଣ୍ଡରେ ଧରି ବିକ୍ରି କରିବାକୁ ଯାଉଥିବା ଟୋକେଇ ଏବଂ ଠେଲା ଗାଡିରେ ଷ୍ଟିକର ମାରି ଲୋକଙ୍କୁ କରୁଛନ୍ତି ସଚେତନ ।
ଟୋକେଇରେ ଷ୍ଟିକର, ବୁଲାବିକାଳୀଙ୍କ ଭ୍ୟାକ୍ସିନ ବାର୍ତ୍ତା 'ମୁଁ ଟିକା ନେଇଛି' ଲେଖି ଏମାନେ ଲୋକଙ୍କୁ ଟୀକାକରଣ ପାଇଁ ସଚେତନ କରୁଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ବୁଲାବିକାଳୀ ଓ ସର୍ବସାଧାରଣଙ୍କୁ ଟିକା ଗ୍ରହଣ ପାଇଁ ଉତ୍ସାହିତ କରିବା ଦିଗରେ ଏପରି ଏକ ନିଆରା ପ୍ରୟାସ କରାଯାଇଛି । ଜୀବିକା ସହ ଜୀବନ ବି ଗୁରୁତ୍ବପୂର୍ଣ୍ଣ ରହିଥିବାରୁ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ଓ ସଚେତନ କରିବା ନେଇ ଅଞ୍ଚଳର ବୁଲା ବିକାଳୀମାନେ ନିଜ ଠେଲା ଗାଡି ଦୋକାନରଗୁଡ଼ିକରେ ଷ୍ଟିକର ମାରି ଲୋକଙ୍କୁ ସଚେତନତା ସୃଷ୍ଟି କରୁଛନ୍ତି ।
ଟୋକେଇରେ ଷ୍ଟିକର, ବୁଲାବିକାଳୀଙ୍କ ଭ୍ୟାକ୍ସିନ ବାର୍ତ୍ତା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଏକ ଗାଇଡ଼ ଲାଇନ ଜାରି କରିଥିଲେ ଯେ ପ୍ରତ୍ୟେକ ବ୍ୟବସାୟୀ ,ଷ୍ଟ୍ରିଟ ଭେଣ୍ଡରମାନେ ଟିକା ଗ୍ରହଣ କଲା ପରେ ଟୀକାକରଣ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ଟାଙ୍ଗିବା ବାଧ୍ୟତାମୂଳକ । ଗୋଟିଏ ପକ୍ଷେ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନତା କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଏଭଳି ଉଦ୍ୟମ ପରେ ଟିକାନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ବ୍ୟକ୍ତିମାନେ ସଚେତନ ହେବେ ବୋଲି ଆଶା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ