ଓଡିଶା

odisha

ETV Bharat / city

BeMC ନାଁରେ ୭.୬୫ କୋଟି ଟଙ୍କା ବିଦ୍ୟୁତ୍ ବିଲ, କଟିବ ଷ୍ଟ୍ରିଟ ଲାଇଟ ! - ବିଦ୍ୟୁତ ବିଲ୍ ବକେୟା

ବ୍ରହ୍ମପୁର ମହାନଗର ନିଗମ ନାମରେ ରହିଛି ୭ କୋଟି ୬୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍‌ ବକେୟା । ବିଲ ପୈଠ ନକଲେ ଷ୍ଟ୍ରିଟ୍‌ ଲାଇନ କାଟିବାକୁ ଚେତାବନୀ ଦେଲା ଟାଟା ପାୱାର । ଅଧିକ ପଢ଼ନ୍ତୁ

BeMC ନାମରେ ୭.୬୫ କୋଟି ଟଙ୍କା ବିଦ୍ୟୁତ୍ ବକେୟା, ପୈଠ ନକଲେ କଟିବ ଷ୍ଟ୍ରିଟ୍‌ ଲାଇନ୍‌
BeMC ନାମରେ ୭.୬୫ କୋଟି ଟଙ୍କା ବିଦ୍ୟୁତ୍ ବକେୟା, ପୈଠ ନକଲେ କଟିବ ଷ୍ଟ୍ରିଟ୍‌ ଲାଇନ୍‌

By

Published : Nov 16, 2021, 7:24 PM IST

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନାମରେ ରହିଛି ୭ କୋଟି ୬୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍‌ ବକେୟା । ଦୀର୍ଘବର୍ଷ ଧରି ରହିଥିବା ଏହି ବକେୟାକୁ ଆଦାୟ କରିବା ପାଇଁ ଦକ୍ଷିଣାଞ୍ଚଳରେ ବିଦ୍ୟୁତ ଯୋଗାଣ ଦାୟିତ୍ୱ ନେଇଥିବା ଟାଟା ପାୱାର ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମକୁ ନୋଟିସ ଦିଆଯାଇଛି । ତୁରନ୍ତ ପୌଠ ନକଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯିବ ବୋଲି କୁହାଯାଇଛି ।

BeMC ନାମରେ ୭.୬୫ କୋଟି ଟଙ୍କା ବିଦ୍ୟୁତ୍ ବକେୟା, ପୈଠ ନକଲେ କଟିବ ଷ୍ଟ୍ରିଟ୍‌ ଲାଇନ୍‌

ସେପଟେ ନୋଟିସ ପରେ ଟାଟ ପାୱାର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛି ବ୍ରହ୍ମପୁର ମହାନଗର ନିଗମ । ଏହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୀର୍ଘବର୍ଷ ଧରି ବ୍ରହ୍ମପୁର ମହାନଗର ନିଗମ ବିଦ୍ୟୁତ ବିଲ୍‌ ପୈଠ କରିବାରେ ଅବହେଳା କରି ଆସୁଛନ୍ତି । ଶେଷରେ ବକେୟା ବିଲ୍‌ ପୈଠ ନକଲେ ସହରର ଷ୍ଟ୍ରିଟ୍ ଲାଇନ୍ ଲାଇନ କାଟି ଦିଆଯିବ ବୋଲି ଟାଟା ପାୱାର କର୍ତ୍ତୃପକ୍ଷ (TCS DL) ଚେତାବନୀ ଦେଇଛି ।

BeMC ନାମରେ ୭.୬୫ କୋଟି ଟଙ୍କା ବିଦ୍ୟୁତ୍ ବକେୟା, ପୈଠ ନକଲେ କଟିବ ଷ୍ଟ୍ରିଟ୍‌ ଲାଇନ୍‌

ଏଭଳି କିଛି ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ । ପୂର୍ବରୁ ବକେୟା ବିଲ୍‌ ପୈଠ ପାଇଁ ଏକ କାଳୀନ ବୁଝାମଣା କରିବାକୁ ଚିଠି ଲେଖାଯାଇଥିଲା । ବ୍ରହ୍ମପୁର ମହାନଗର ନିଗମର ଅନୁରୋଧ ପତ୍ରକୁ ନେଇ ଟିପିଏସ୍‌ ଓ ଡିଏଲ୍‌ ପକ୍ଷରୁ ଓଟିଏସ୍ ମାଧ୍ୟମରେ ୭କୋଟି ୬୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅଗଷ୍ଟ ୨୨ରେ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ପ୍ରଦାନ କରାଯାଇଥିଲା । ହେଲେ ଇତିମଧ୍ୟରେ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ନିଗମ କର୍ତ୍ତୃପକ୍ଷ ବକେୟା ରହିଥିବା ବିଲ୍ ପୈଠ କରିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି ।

BeMC ନାମରେ ୭.୬୫ କୋଟି ଟଙ୍କା ବିଦ୍ୟୁତ୍ ବକେୟା, ପୈଠ ନକଲେ କଟିବ ଷ୍ଟ୍ରିଟ୍‌ ଲାଇନ୍‌

ନଭେମ୍ବର ମାସ ୨ ତାରିଖରେ ପୁଣି TCS DL ପକ୍ଷରୁ ବକେୟ ବିଲ୍ ସଂପର୍କରେ ବ୍ରହ୍ମପୁର ମହାନଗର ନିଗମକୁ ଜଣାଇବା ସହ ଏହାର ନକଲ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ନିକଟକୁ ପ୍ରଦାନ କରାଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details