ଓଡିଶା

odisha

ETV Bharat / city

ପ୍ରବାସୀ ଶ୍ରମିକଙ୍କୁ ସହାୟତା ଦାବି, ଜୁନ 18ରେ ରାଜ୍ୟବ୍ୟାପୀ ପ୍ରତିବାଦ - statewide protests

ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦାବିରେ ଆସନ୍ତା ଜୁନ୍ 18ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ସିପିଆଇ(ଏମ୍) । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କୁ ସହାୟତା ଦାବି, ଜୁନ୍ 18ରେ ରାଜ୍ୟବ୍ୟାପି ପ୍ରତିବାଦ
ପ୍ରବାସୀ ଶ୍ରମିକଙ୍କୁ ସହାୟତା ଦାବି, ଜୁନ୍ 18ରେ ରାଜ୍ୟବ୍ୟାପି ପ୍ରତିବାଦ

By

Published : Jun 15, 2020, 10:42 PM IST

ବ୍ରହ୍ମପୁର: ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦାବିରେ ଆସନ୍ତା ଜୁନ୍ 18ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ସିପିଆଇ(ଏମ୍) । ବ୍ରହ୍ମପୁରଠାରେ ସିପିଆଇ ଏମର ରାଜ୍ୟ କମିଟି ସଂପାଦକ ଅଳି ପଟ୍ଟନାୟକ ଏନେଇ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।

ପ୍ରବାସୀ ଶ୍ରମିକଙ୍କୁ ସହାୟତା ଦାବି, ଜୁନ୍ 18ରେ ରାଜ୍ୟବ୍ୟାପି ପ୍ରତିବାଦ

ସେ କହିଛନ୍ତି, ଦେଶବ୍ୟାପୀ ଲକଡାଉନ୍ ଘୋଷଣା ପରେ କୋଟି କୋଟି ପ୍ରବାସୀ ଶ୍ରମିକ ନାହିଁ ନଥିବା ଅସୁବିଧା ସହ ଅନେକ କଷ୍ଟ ପାଇଛନ୍ତି । ଲକଡାଉନ୍ ଯୋଗୁଁ ସମଗ୍ର ଦେଶ ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ସବୁଠାରୁ ବେଶି ହଇରାଣ ହୋଇଛନ୍ତି ପ୍ରବାସୀ ଶ୍ରମିକ । ରାଜ୍ୟକୁ ଜୁନ୍ 9 ତାରିଖ ସୁଦ୍ଧା ଶ୍ରମିକ ସ୍ପୋଶାଲ ଟ୍ରେନ ଯୋଗେ ତିନି ଲକ୍ଷ 18 ହଜାର 986 ଜଣ ଏବଂ ବସ୍ ଯୋଗେ ଏକ ଲକ୍ଷ 46 ହଜାର 513 ଜଣ ପ୍ରବାସୀ ଶ୍ରମିକ ଫେରିଥିବା ସରକାରୀ ସୂତ୍ରରୁ ଜଣାଯାଉଥିଲେ ହେଁ ଏ ସଂଖ୍ୟା ଆହୁରୀ ଅଧିକ ହେବ ବୋଲି ସେ କହିଛନ୍ତି । କାରଣ ନିୟମିତ ଭାବରେ ଲକଡାଉନ୍ ସମୟରେ ହଜାର ହଜାର ଶ୍ରମିକ ପ୍ରାଣ ବିକଳରେ ଟ୍ରକ ଉପରେ, ସାଇକେଲରେ ଏବଂ ପାଦରେ ଚାଲି ଚାଲି ଫେରିଛନ୍ତି ।

ସେହିପରି ରାଜ୍ୟକୁ ସର୍ବାଧିକ ପ୍ରବାସୀ ଗୁଜୁରାଟରୁ ଫେରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ଅଧିକ ବୋଲି କୁହାଯାଇଛି । ଏପରିକି ରାଜ୍ୟ ସରକାର ବିଦେଶରୁ ଫେରିଥିବା ବ୍ୟକ୍ତି ରେଜିଷ୍ଟ୍ରି କରି ନିଜ ବ୍ୟବସ୍ଥାରେ ସଙ୍ଗ ନିରୋଧରେ ରହିଲେ 15 ହଜାର ଟଙ୍କା ଏବଂ ପ୍ରବାସୀ ଶ୍ରମିକଙ୍କୁ 14 ଦିନ ସଙ୍ଗ ନିରୋଧ ପରେ ଦୁଇ ହଜାର ଟଙ୍କା ଆର୍ଥୀକ ସହାୟତା ଘୋଷଣା ହୋଇଥିଲା । କିନ୍ତୁ ଶ୍ରମିକ ସଙ୍ଗରୋଧ ସମୟ ଅତିବାହିତ ପରେ ଦୁଇ ହଜାର ଟଙ୍କା ସାହାଯ୍ୟ ମିଳୁନଥିବା ଅଭିଯୋଗ ହୋଇଛି ।

ମୁଖ୍ୟତଃ ଲକଡାଉନ୍ ଯୋଗୁଁ କ୍ଷତିଗ୍ରସ୍ତ ଦେଶର ସମସ୍ତ ପରିବାରକୁ ମୁଣ୍ଡପିଛା 10 କେଜି ହାରରେ ଡାଉଳ/ଗହମ ମାଗଣରେ ଯୋଗାଇ ଦିଆଯିବା, ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁ୍କ୍ତି ଆଇନରେ ଗ୍ରାମାଞ୍ଚଳରେ ସମସ୍ତ ଇଚ୍ଛୁକ ବ୍ୟକ୍ତିଙ୍କୁ ଦୈନିକ ତିନି ଶହ ଟଙ୍କା ମଜୁରୀ ହାରରେ ବାର୍ଷିକ ଦୁଇ ଶହ ଦିନ କାମ ଯୋଗାଇ ଦେବା, ଲକଡାଉନରେ କ୍ଷତିଗ୍ରସ୍ତ ଆୟକର ଦେବା ସୀମା ବାହାରେ ରହିଥିବା ସମସ୍ତ ପରିବାରକୁ ନଗଦ ମାସିକ 7500ଟଙ୍କା ଛଅ ମାସ ପ୍ରର୍ଯ୍ୟନ୍ତ ପ୍ରଦାନ କରିବା, ରାଜ୍ୟରେ କୋଭିଡ୍ 19 ମୁକାବିଲା ପାଇଁ କିଣା ଯାଇଥିବା ସାମଗ୍ରୀରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ବିଭିନ୍ନ ଦାବି ରଖାଯାଇଛି ।

ଏନେଇ ଆସନ୍ତା 18ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସରେ ସମସ୍ତେ ସାମାଜିକ ଦୂରତ୍ବ ରକ୍ଷା କରି ମୁହଁରେ ମାସ୍କ ଓ ହାତରେ ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details