ବ୍ରହ୍ମପୁର: ସ୍ଥାନୀୟ ଏକ ହୋଟେଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଓଡିଶା ବ୍ୟବସାୟୀ ମହାସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ତଥା ନୂତନ କାର୍ଯ୍ୟକାରିଣୀର ପ୍ରଥମ ଅଧିବେଶନ। ଆୟୋଜିତ ଏହି ବୈଠକରେ ସହରର ଚାମ୍ବର ଅଫ୍ କର୍ମସର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିବା ବେଳେ ଏଥିରେ ବ୍ୟବସାୟୀମାନଙ୍କ ସମସ୍ୟା ଏବଂ ତାହାର ନିରାକରଣ ଉପରେ ଆଲୋଚନା କରାଯାଇଥିଲା ।
ବର୍ତ୍ତମାନ ସମୟରେ ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଯେପରିକି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବଡ ବଡ ମଲ୍ମାନଙ୍କୁ ଅଧିକ ବ୍ୟବସାୟିକ ରିହାତିରେ ଦିଆଯାଉଥିବା ବେଳେ ସାଧାରଣ ବ୍ୟବସାୟୀମାନଙ୍କୁ କମ୍ ବ୍ୟବସାୟିକ ରିହାତି ଦିଆଯାଉଛି । ଏହାଦ୍ବାରା ସାଧାରଣ ବ୍ୟବସାୟୀମାନେ ସମ୍ପୃକ୍ତ କମ୍ପାନୀ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ପାଇଁ ସମସ୍ୟାର ସମୁଖୀନ ହେବା ସହ ଗ୍ରାହକମାନଙ୍କର ବିଶ୍ବାସ ହରାଉଛନ୍ତି ।