ଓଡିଶା

odisha

ଗଞ୍ଜାମରେ ସଞ୍ଜୟ ଦାସବର୍ମାଙ୍କ ସମୀକ୍ଷା ବୈଠକ, ବିଦ୍ୟୁତ ସମସ୍ୟା ନେଇ କଲେ ଆଲୋଚନା

By

Published : Apr 23, 2022, 3:46 PM IST

ଗଞ୍ଜାମ ଜିଲ୍ଲାରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୃଷ୍ଣପ୍ରସାଦ ବ୍ଲକର ମାଲୁଦ ବିଦ୍ୟୁତ ସେକ୍ସନ ଅଧିନରେ ଥିବା ବିଦ୍ୟୁତ ସେବା ସମ୍ପର୍କରେ କଲେ ସମୀକ୍ଷା ବୈଠକ । ଅଧିକ ପଢନ୍ତୁ

କୃଷ୍ଣପ୍ରସାଦ ବ୍ଲକର ବିଦ୍ୟୁତ ସେବା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ
କୃଷ୍ଣପ୍ରସାଦ ବ୍ଲକର ବିଦ୍ୟୁତ ସେବା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ବ୍ରହ୍ମପୁର: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ବିଦ୍ୟୁତ ସେବା ସମ୍ପର୍କିରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଗସ୍ତ କରି ସମୀକ୍ଷା କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗଞ୍ଜାମ ଗସ୍ତରେ ଆସି ସଦର ମହକୁମା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୃଷ୍ଣପ୍ରସାଦ ବ୍ଲକର ମାଲୁଦ ବିଦ୍ୟୁତ ସେକ୍ସନ ଅଧିନରେ ଥିବା ବିଦ୍ୟୁତ ସେବା ସମ୍ପର୍କରେ ଏହି ସମୀକ୍ଷା କରିଥିଲେ । ମୁଖ୍ୟତଃ ଏହି ବିଦ୍ୟୁତ ସେକ୍ସନ ଅଧିନରେ ଏବେ ୧୧ ହଜାର ୨୬ ଜଣ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି ।

କୃଷ୍ଣପ୍ରସାଦ ବ୍ଲକର ବିଦ୍ୟୁତ ସେବା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ମାଲୁଦ ବିଦ୍ୟୁତ ସେକ୍ସନ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିମିଟେଡ ଅଧିନରେ ରହିଆସୁଛି । ସେହି ଅଞ୍ଚଳରେ ଚିଲିକା ତଟରେ ରହୁଥିବାବେଳେ ଲୁଣି ପବନ ଯୋଗୁଁ ସର୍ବଦା ବିଦ୍ୟୁତ ସେବା ସମସ୍ୟା ସହ ଲୋ ଭୋଲଟେଜ ରହୁଛି । ଫଳରେ ବିଦ୍ୟୁତ ଉପଭୋକ୍ତା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାର କିପରି ସମାଧାନ ହୋଇପାରିବ । ସେ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ମହିଷା ବ୍ରହ୍ମପୁର ବିଦ୍ୟୁତ ପୋଲ ମରାମତି, ତିତିପ ଫିଡର ଉନ୍ନତିକରଣ, ପାଲୁର ଜଙ୍କସନ ଠାରୁ ମାଲୁଦ ଫିଡର ପର୍ଯ୍ୟନ୍ତ ସ୍ବତନ୍ତ୍ର ଲାଇନ ଏଥି ସହ ଫନି ବାତ୍ୟା ସମୟରେ ଯେଉଁ ସବୁ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମାଧନ ତୁରନ୍ତ କରିବା ଉପରେ ଆଲୋଚନା ହୋଇଥିଲା । କୃଷ୍ଣପ୍ରସାଦ ବ୍ଲକ ସର୍ବଦା ବାତ୍ୟାର ସମ୍ମୁଖୀନ ହେଉଥିବାବେଳେ ଲୋକମାନେ ଅଧିକ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିବାରୁ ଏହି ସବୁକୁ ଗୁରୁତ୍ବ ଦିଆଯିବାକୁ କୁହାଯାଇଛି । ଏହି ବୈଠକରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷଙ୍କ ସମେତ ଟାଟା ପାୱାର ଦକ୍ଷିଣାଞ୍ଚଳ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details