ବ୍ରହ୍ମପୁର: କୋରୋନା ପ୍ରସ୍ତୁତି କରିବା ପାଇଁ ବୁଲିବ ସ୍କ୍ବାର୍ଡ । ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ, ପଞ୍ଚାୟତ ଏବଂ ବ୍ଲକ ଗୁଡିକରେ ଜିଲ୍ଲା ତରଫରୁ ପ୍ରଦତ୍ତ ନିୟମାବଳୀ ପ୍ରସ୍ତୁତି କିଭଳି କରାଯାଇଛି ତାର ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନେତୃତ୍ବରେ ଗ୍ରାମକୁ ଗ୍ରାମ ସ୍କାର୍ଡ ପକ୍ଷରୁ ଅଚାନକ ତଦାରଖ କରିବେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିବରଣୀ ଅନୁଯାୟୀ ଯେଉଁ କର୍ମଚାରୀମାନେ ଅବହେଳା କରୁଥିବେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ଏହି ବିବରଣୀରେ ଜାତୀୟ ଖାଦ୍ୟ ନିରାପତ୍ତା ଅନ୍ତୋଦୟ ଓ ଅନ୍ନପୂର୍ଣ୍ଣା ଚାଉଳ ବଣ୍ଟନ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ବିଭିନ୍ନ ସମାଜ କଲ୍ୟାଣ ଭର୍ତ୍ତା ମଧ୍ୟ ବଣ୍ଟନ କରାଯିବ । ଏସବୁ ଘର ଘର ବୁଲି ପ୍ରଦାନ କରାଯିବ । ଯେଉଁଠାରେ ସଂଖ୍ୟାଧିକ ନିରାଶ୍ରୟ ଏବଂ ଭିକ୍ଷୁକ ବ୍ୟକ୍ତି ରହୁଥାନ୍ତି ସେମାନଙ୍କୁ ଚିହ୍ନଟ କରି ପ୍ରତେକ ଦିନ ରନ୍ଧାଖାଦ୍ୟ ଦେବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।