ବ୍ରହ୍ମପୁର: ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ସୂଚନା , ପ୍ରଯୁକ୍ତି ,କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଉଭୟ ବ୍ରହ୍ମପୁର ଏବଂ ସଦର ମହକୁମ୍ମା ଛତ୍ରପୁର ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟର କରିଛନ୍ତି ସମୀକ୍ଷା ।
ଗଞ୍ଜାମ ଗସ୍ତରେ କ୍ରୀଡା ମନ୍ତ୍ରୀ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା ଗଞ୍ଜାମ ଗସ୍ତରେ କ୍ରୀଡା ମନ୍ତ୍ରୀ , ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା ମନ୍ତ୍ରୀ ବ୍ରହ୍ମପୁର ଗସ୍ତ ଅବସରରେ ପ୍ରଥମେ ତାମ୍ପରା ହ୍ରଦ ଏବଂ ବ୍ରହ୍ମପୁର ଉନ୍ନୟନ୍ନ କର୍ତ୍ତୁପକ୍ଷଙ୍କ ଦ୍ବାରା ନିର୍ମିତ ପର୍ଯ୍ୟଟନ କେନ୍ଦ୍ର ବୁଲି ଦେଖିଛନ୍ତି । ଏଥିରେ ଜଳକ୍ରୀଡାର ସମ୍ଭାବନା ନେଇ ମନ୍ତ୍ରୀ ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିବା ସହ ପରେ ବ୍ରହ୍ମପୁର ଠାରେ ନିର୍ମିତ ଇଣ୍ଟିଗ୍ରେଟେଡ୍ ସ୍ପର୍ଟ୍ସ କମ୍ପ୍ଲେକ୍ସ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।
ନିର୍ମାଣ କାର୍ଯ୍ୟର ବିଳମ୍ବ ନେଇ କ୍ରୀଡାବିତ ଓ ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗକୁ ଦୃଷ୍ଟିକୁ ନେଇଛନ୍ତି । ଏହା ଅନୁଯାୟୀ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରିବାକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ନିଗମର କମିଶନରଙ୍କ ସହ ଉପସ୍ଥିତ ପ୍ରଶାସନର ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି । ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ମିତ ହେଉଥିବା ଇନଡୋର ହଲ୍ କୁ ବୁଲ୍ଲି ଦେଖିଛନ୍ତି । , ୟୁ.ସି ଇଞ୍ଜିନିୟରିଙ୍ଗ୍ କଲେଜ ଏବଂ ବ୍ରହ୍ମପୁର ଆଇଟିଆଇରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ଆଲୋଚନା କରିବା ପରେ ଶେଷରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହୋଇ ଆସୁଥିବା ବିଜୁ ପ୍ରିମିୟମ୍ ଲିଗ୍ ଫୁଟବଲ୍ ଟୁଣ୍ଣାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଥିରେ ସେ କ୍ରୀଡାବିତ୍ କୁ ଉତ୍ସାହିତ କରିଛନ୍ତି ।
ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତି ଭାଶନଙ୍କ ସମେତ ଜିଲ୍ଲା କ୍ରୀଡା ଅଧିକାରୀ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ