ଓଡିଶା

odisha

ETV Bharat / city

IRCTC ଦ୍ବାରା ଗଡିବ ସ୍ବତନ୍ତ୍ର ଟ୍ରେନ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ପରିବାରବର୍ଗ - IRCTC Regional Manager

IRCTC ପକ୍ଷରୁ ପ୍ରଥମ ଥର ସ୍ବତନ୍ତ୍ର ଟ୍ରେନ୍ ଯୋଗେ ବାରଣାସୀ, ପ୍ରୟାଗରାଜ ଓ ଗୟା ଭଳି ସ୍ଥାନରେ ତୀର୍ଥଯାତ୍ରୀଙ୍କ ପିଣ୍ଡଦାନ ପାଇଁ ଗଡିବ ଟ୍ରେନ । ଅଧିକ ପଢନ୍ତୁ...

IRCTC ଦ୍ବାରା ଗଡିବ ସ୍ବତନ୍ତ୍ର ଟ୍ରେନ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ପରିବାରବର୍ଗ
IRCTC ଦ୍ବାରା ଗଡିବ ସ୍ବତନ୍ତ୍ର ଟ୍ରେନ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ପରିବାରବର୍ଗ

By

Published : Jul 24, 2021, 4:27 PM IST

ବ୍ରହ୍ମପୁର: ମହାଳୟାକୁ ଦୃଷ୍ଟିରେ ରଖି ପିତୃପୁରୁଷଙ୍କୁ ବାରଣାସୀ, ପ୍ରୟାଗରାଜ ଓ ଗୟା ଭଳି ପବିତ୍ର ସ୍ଥାନରେ ପିଣ୍ଡଦାନ ତର୍ପଣ କରିବା ପାଇଁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଇଆର୍‌ସିଟିସି(IRCTC) ପକ୍ଷରୁ ତୀର୍ଥ ଯାତ୍ରୀଙ୍କ ନିମନ୍ତେ ମହାଳୟା ପିଣ୍ଡଦାନ ତର୍ପଣ' ନାମରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ ହେବ । ଏନେଇ ବ୍ରହ୍ମପୁରସ୍ଥିତ ସ୍ଥାନୀୟ ରେଳଷ୍ଟେସନ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

IRCTC ଦ୍ବାରା ଗଡିବ ସ୍ବତନ୍ତ୍ର ଟ୍ରେନ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ପରିବାରବର୍ଗ

ଆସନ୍ତା ସେପ୍ଟେମ୍ବର ୨୫ ତାରିଖରୁ ଏହି ସ୍ବତନ୍ତ୍ର ଟ୍ରେନ ସିକନ୍ଦରାବାଦ୍‌ରୁ ଯାତ୍ରା ଆରମ୍ଭ କରିବା ସହିତ ଏଥିରେ ୫ଟି ଶୀତତାପ ନିୟନ୍ତ୍ରିତ କୋଚ୍ ୧୦ ଟି କୋଚ ରହିଥିବା ବେଳେ ଏହି ଯାତ୍ରା ଅକ୍ଟୋବର ୧ରେ ଶେଷ ହେବ । ଯାତ୍ରା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଯାତ୍ରୀମାନେ ଗୋଟିଏ ଟ୍ରେନ୍‌ରେ ହିଁ ଯାତ୍ରା କରି ଫେରିବେ । ଏହି ସ୍ବତନ୍ତ୍ର ଟ୍ରେନ୍ ତୀର୍ଥଯାତ୍ରୀମାନେ ବ୍ରହ୍ମପୁର, ଖୋର୍ଦ୍ଧା ରୋଡ଼, ଭୁବନେଶ୍ବର, କଟକ, ଯାଜପୁର, କେନ୍ଦୁଝର, ଭଦ୍ରକ ବାଲେଶ୍ବର ଆଦି ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରିବ ।

ବିନା ଶୀତତାପ ନିୟନ୍ତ୍ରିତ ଟିକଟ ମୂଲ୍ୟ ୬ ହଜାର ୬୨୦ ଟଙ୍କା ଏବଂ ଶୀତତାପ ନିୟନ୍ତ୍ରିତ ନିମନ୍ତେ ୧୧ ହଜାର ୩୩୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବା ଏହି ଦରରେ ଯାତାୟତ ସମେତ ଯାତ୍ରା ସମୟରେ ତୀର୍ଥ ଯାତ୍ରୀଙ୍କୁ ସକାଳର ଜଳଖିଆ ଠାରୁ ଆରମ୍ଭ କରି ଚା, କଫି ଏବଂ ମଧ୍ୟାହ୍ନ ଓ ରାତ୍ରିଭୋଜନ ପ୍ରଦାନ କରାଯିବା ସହ ଯାତ୍ରା ସମୟରେ ଜୀବନ ବୀମାର ମଧ୍ୟ ସୁବିଧା ରହିଛି ।

IRCTC ପକ୍ଷରୁ ଏଭଳି ପ୍ରଥମଥର ପାଇଁ ପ୍ରୟାସ କରାଯାଉଥିବା ବେଳେ ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ତୀର୍ଥ ଯାତ୍ରୀଙ୍କ ନିମନ୍ତେ ଅଧିକ ଟ୍ରେନ୍ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି । ଏପରିକି କୋରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆଇଆର୍‌ସିଟିସି ପକ୍ଷରୁ ଯାତ୍ରା ସମୟରେ ସମସ୍ତ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଆଲୋଚନା ହୋଇଛି । ତା ସହିତ ଟ୍ରେନ୍‌ରେ ଆଇସୋଲେସନ୍ ସେଣ୍ଟର୍ ମଧ୍ୟ ଖୋଲାଯିବ ବୋଲି କୁହାଯାଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଆର୍‌ସିଟିସି ଆଞ୍ଚଳିକ ପ୍ରବନ୍ଧକ ଡ. କ୍ରାନ୍ତି ପି. ସାବରକର , ଆଇଆର୍‌ସିଟିସି ପର୍ଯ୍ୟଟନ ବିଭାଗର ମୁଖ୍ୟ ସୁପରଭାଇଜର୍ ସଂଘମିତ୍ରା ରାଉଳ ଓ କ୍ୟାଟେରିଂ ବିଭାଗର ଚିଫ୍ ସୁପରଭାଇଜର୍ ଶକ୍ତି ପ୍ରସାଦ ନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details