ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ଶକ୍ତିପୀଠ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ ପୀଠକୁ ଚୈତ୍ରପର୍ବ ଅବସରରେ ସ୍ବତନ୍ତ୍ର ଭାବେ ସାଜସଜ୍ଜା କରାଯାଇଛି । ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମାଆଙ୍କ ପୀଠରେ ଭକ୍ତଙ୍କ ସମାଗମ ରହିଥିବାରୁ ପୀଠକୁ ଫୁଲ ସାଙ୍ଗକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହି ମନଲୋଭା ଦୃଶ୍ୟକୁ ଯେତେ ଦେଖିଲେ ବି ନଜର ହଟୁନି । ଝଲସି ଉଠିଛି ମାଆଙ୍କ ମନ୍ଦିର ।
ଜିଲ୍ଲାର ପୁରଷୋତ୍ତମପୁର ନିକଟବର୍ତ୍ତୀ ରଷିକୁଲ୍ୟା ନଦୀ କୂଳରେ ପର୍ବତ ଉପରେ ବିରାଜମାନ ମାଆଙ୍କୁ ଦର୍ଶନ କରିବା ପାଇଁ ଏହି ଚୈତ୍ର ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥାଏ । ଚୈତ୍ର ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ବ୍ରହ୍ମପୁରର ସେଲିବ୍ରେସନ ଇଭେଣ୍ଟ ପକ୍ଷରୁ ଏଭଳି ସାଜସଜ୍ଜାର ଦାୟିତ୍ବ ନିଆଯାଇଥିଲା । ଯାହାକି ମାଆଙ୍କର ଚୈତ୍ରପର୍ବ ପାଳନ ପୂର୍ବରୁ ରହିଥିବା ଏରିଅଲ୍ ଭ୍ୟୁର ଫଟୋ ଅନେକ ଆକର୍ଷଣୀୟ ରହିଛି ।