ଓଡିଶା

odisha

By

Published : Jul 13, 2020, 12:51 PM IST

ETV Bharat / city

କୋରୋନାରେ ମୃତ୍ୟୁ ଘଟିଥିବା ଗଞ୍ଜାମର ପ୍ରଥମ ପୋଲିସ ଯୋଦ୍ଧାଙ୍କ ପରିବାରକୁ ଭେଟିଲେ ଏସପି

ଜିଲ୍ଲାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ ଜଣେ କୋରୋନା ଯୋଦ୍ଧା କନଷ୍ଟେବଳ ଗୋଲକ ନାୟକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋରୋନାରେ ମୃତ୍ୟୁ ଘଟିଥିବା ଗଞ୍ଜାମର ପ୍ରଥମ ପୋଲିସ ଯୋଦ୍ଧାଙ୍କ ପରିବାରକୁ ଭେଟିଲେ ଏସପି
କୋରୋନାରେ ମୃତ୍ୟୁ ଘଟିଥିବା ଗଞ୍ଜାମର ପ୍ରଥମ ପୋଲିସ ଯୋଦ୍ଧାଙ୍କ ପରିବାରକୁ ଭେଟିଲେ ଏସପି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନାରେ ଗଲାଣି ଅନେକ ଜୀବନ। ଆଉ ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ୭ ଜଣ ଆଗଧାଡିର କୋରୋନା ଯୋଦ୍ଧା ପ୍ରାଣ ହରାଇସାରିଛନ୍ତି । ଏଭଳି ସମୟରେ କୋରୋନା ମହାମାରୀରେ ନିଜକୁ ବଳିଦାନ ଦେଇଥିବା ଗଞ୍ଜାମର ପ୍ରଥମ ପୋଲିସ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ।

କୋରୋନାରେ ମୃତ୍ୟୁ ଘଟିଥିବା ଗଞ୍ଜାମର ପ୍ରଥମ ପୋଲିସ ଯୋଦ୍ଧାଙ୍କ ପରିବାରକୁ ଭେଟିଲେ ଏସପି

ନିକଟରେ କୋରୋନା ମୁକାବିଲାରେ ନିୟୋଜିତ ଥିବା ଆସିକା ଥାନା ଅନ୍ତର୍ଗତ କୋଡିନଡା ଫାଣ୍ଡିର କନଷ୍ଟେବଳ ଗୋଲକ ନାୟକଙ୍କ ମୃତ୍ୟୁ ହୋଇଛି । ଏଭଳି ସମୟରେ ମୃତ ଗୋଲକଙ୍କ ଗାଁରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ପୁଅ ସହ ଆଲୋଚନା କରିଛନ୍ତି ଏସପି ବ୍ରିଜେଶ କୁମାର ରାୟ।

ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ମୃତକଙ୍କ ପରିବାର ସହିତ ଏହି ଅବସରରେ ମୋବାଇଲ ଯୋଗେ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲାର ବେଲଗୁଣ୍ଠା ବ୍ଲକର ଇଙ୍ଗୀନାଟି ଗ୍ରାମବାସୀ ଭାବରେ ରହିଆସୁଥିବା ଗୋଲକ ନାୟକ । ଗତ ଦୁଇ ବର୍ଷ ଧରି ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡିରେ କାର୍ଯ୍ୟ କରୁଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details