ବ୍ରହ୍ମପୁର: ଜାନୁଆରୀ 3ରୁ ତାରାତାରିଣୀଙ୍କୁ ଦର୍ଶନ କରିପାରିବେ ସାଧାରଣ ଲୋକେ । ଏନେଇ ପ୍ରଶାସନ ପକ୍ଷରୁ ଏକ ଏସଓପି ପ୍ରସ୍ତୁତ କରାଯାଇଛି । ମାଆଙ୍କ ଗର୍ଭଗୃହରେ ଯିବାକୁ ବାରଣ କରାଯାଇଥିବାବେଳେ ମନ୍ଦିର ପରିସରରେ ବଣଭୋଜି କି ବିବାହ ଉତ୍ସବ ଆୟୋଜନ ପାଇଁ କଟକଣା ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମା ଛତ୍ରପୁର ଠାରେ ମନ୍ଦିର ଖୋଲାଯିବା ପାଇଁ ଆୟୋଜିତ ହୋଇଥିବା ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦର୍ଶନ ସମୟରେ ପ୍ରତ୍ୟେକ ଭକ୍ତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବା ବେଳେ ମନ୍ଦିରରେ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି ।
ତାରାତାରିଣୀଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଲା ଏସଓପି, ବଣଭୋଜି ପାଇଁ କଟକଣା - ତାରାତାରିଣୀଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଲା ଏସଓପି
ତାରାତାରିଣୀଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଲା ଏସଓପି । ବଣଭୋଜି ପାଇଁ କଟକଣା । ଜିଲ୍ଲା ପ୍ରଶାସନ ବୈଠକରେ ହେଲା ନିଷ୍ପତ୍ତି । ଅଧିକ ପଢନ୍ତୁ...
ତାରାତାରିଣୀଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଲା ଏସଓପି ,ବଣଭୋଜି ପାଇଁ କଟକଣା
ତାରାତାରିଣୀଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଲା ଏସଓପି ,ବଣଭୋଜି ପାଇଁ କଟକଣା
ମନ୍ଦିର କାର୍ଯ୍ୟ ଜାରି ରହିଥିବାରୁ ଭକ୍ତମାନେ ଆସିଥିବା ଗାଡି ଗୁଡିକ ମନ୍ଦିର ପାଖକୁ ଛଡାଯିବ ନାହିଁ । ଏକ ସ୍ବତନ୍ତ୍ର ବସ ଯୋଗେ ଭକ୍ତମାନେ ମାଙ୍କ ପାଖକୁ ଯାଇ ଦର୍ଶନ କରି ପାରିବେ ବୋଲି କୁହାଯାଇଛି । ଗୋଟିଏ ଥରରେ କେତେ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିବେ ସେ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଏହି ବୈଠକରେ ଜିଲ୍ଲା ପ୍ରଶାସନ ସମେତ ମନ୍ଦିରର ପରିଚାଳନା କମିଟି ,ସେବାୟତ ,ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ