ବ୍ରହ୍ମପୁର: ଜଣେ ମା’ର ବିୟୋଗ ପରେ ଶେଷକୃତ୍ୟ ପାଇଁ ସଙ୍ଗରୋଧ କେନ୍ଦ୍ରରୁ ପ୍ରଶାସନର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଶ୍ମଶାନରେ ପହଞ୍ଚିଛି ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗୋଲାପଲ୍ଲୀ ଗ୍ରାମରେ । ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣେ ପ୍ରବାସୀ ଓଡିଆ ସୁରତ ଫେରନ୍ତା ତଥା ଅନ୍ତେବାସୀଙ୍କ ମାତୃ ବିୟୋଗ ହେବା ପରେ ବ୍ଲକ ପ୍ରଶାସନର ସହାୟତାରେ ଅନ୍ତେବାସୀ ଜଣକ ସମଦୂରତା ରକ୍ଷା କରି ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।
ଆଖି ବୁଜିଲେ ମା’, କ୍ବାରେନଣ୍ଟାଇନ ସେଣ୍ଟରରୁ ଆସି ଶେଷକୃତ୍ୟ କଲା ପୁଅ - ବ୍ରହ୍ମପୁରରେ କ୍ବାରେଣ୍ଟାଇନ ସେଣ୍ଟରରୁ ଯାଇ ଶେଷକୃତ୍ୟ କଲା ପୁଅ
ଜଣେ ମା’ର ବିୟୋଗ ପରେ ଶେଷକୃତ୍ୟ ପାଇଁ ସଙ୍ଗରୋଧ କେନ୍ଦ୍ରରୁ ପ୍ରଶାସନର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଶ୍ମଶାନରେ ପହଞ୍ଚିଛି ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗୋଲାପଲ୍ଲୀ ଗ୍ରାମରେ ।
![ଆଖି ବୁଜିଲେ ମା’, କ୍ବାରେନଣ୍ଟାଇନ ସେଣ୍ଟରରୁ ଆସି ଶେଷକୃତ୍ୟ କଲା ପୁଅ berhampur latest news, son reaches cremention yard from quarantine center, son reaches cremention yard from quarantine center in berhampur, ମା’ଙ୍କ ବିୟୋଗରେ କ୍ବାରେଣ୍ଟାଇନ ସେଣ୍ଟରରୁ ଆସିଲା ପୁଅ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍, ବ୍ରହ୍ମପୁରରେ କ୍ବାରେଣ୍ଟାଇନ ସେଣ୍ଟରରୁ ଯାଇ ଶେଷକୃତ୍ୟ କଲା ପୁଅ, କ୍ବାରେଣ୍ଟାଇନ ସେଣ୍ଟରରୁ ଯାଇ ଶେଷକୃତ୍ୟ ସମ୍ପନ୍ନ](https://etvbharatimages.akamaized.net/etvbharat/prod-images/768-512-7215864-614-7215864-1589565580084.jpg)
ଆଖି ବୁଜିଲେ ମା’, କ୍ବାରେଣ୍ଟାଇନ ସେଣ୍ଟରରୁ ଆସି ଶେଷକୃତ୍ୟ କଲା ପୁଅ
ବି. ନୋକା ପାତ୍ର ନାମକ ଏହି ପ୍ରବାସୀ ଓଡିଆ ଦୀର୍ଘ ଦିନ ଧରି ସୁରତର ଏକ ସୂତାକଳରେ କାର୍ଯ୍ୟ କରି ଆସୁଥିଲେ । ସ୍ବତନ୍ତ୍ର ଟ୍ରେନ ଯୋଗ ଗତ 3 ତାରିଖ ଦିନ ଜଗନ୍ନାଥପୁର ଷ୍ଟେସନରେ ସେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଏକ ବସ ଯୋଗେ ଛତ୍ରପୁର ନିକଟସ୍ଥ ସରକାରୀ ଆଇଟିଆଇସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିବା ବେଳେ ସେଠାରେ ସେ ରହି ଆସୁଛନ୍ତି । ବର୍ତ୍ତମାନ ସମୟରେ ପରିବାରର ଦୁଃଖ ଉପରେ ଦୁଃଖ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ