ଓଡିଶା

odisha

ETV Bharat / city

10 ଫୁଟିଆ ଅହିରାଜ ଉଦ୍ଧାର - snake rescue team rescued the snake

ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜଗଦେବପୁର ଗ୍ରାମ ନିକଟରେ ଏକ ଅହିରାଜ ସର୍ପ ସ୍ଥାନୀୟ ଅଞ୍ଚଳର ଏକ ଗଛ ଉପରେ ରହିଥିବା ଅଞ୍ଚଳ ବାସିନ୍ଦା ଦେଖିବା ପରେ ଏକ ପ୍ରକାର ଭୟଭୀତ ହୋଇଯାଇଥିଲେ ।

snake-rescue-team-rescued-the-snake
ଅହିରାଜ ସର୍ପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ଟିମ୍

By

Published : Jun 24, 2020, 10:44 PM IST

Updated : Jun 25, 2020, 7:36 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅଞ୍ଚଳରୁ ଅହିରାଜ ସର୍ପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର ଟିମ୍ । ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜଗଦେବପୁର ଗ୍ରାମ ନିକଟରେ ଏକ ଅହିରାଜ ସର୍ପ ସ୍ଥାନୀୟ ଅଞ୍ଚଳର ଏକ ଗଛ ଉପରେ ରହିଥିବା ଅଞ୍ଚଳ ବାସିନ୍ଦା ଦେଖିବା ପରେ ଏକ ପ୍ରକାର ଭୟଭୀତ ହୋଇଯାଇଥିଲେ ।

ଅହିରାଜ ସର୍ପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ଟିମ୍

ପରେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ । ସାମନ୍ତିଆପଲ୍ଲୀ ରେଞ୍ଜର ରଜତ ମିଶ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁରର ସ୍ନେକ ହେଲ୍ପ ଲାଇନ ଟିମର ସଦସ୍ୟ ସ୍ୱାଧିନ ସାହୁ ଓ ସର୍ପ ଉଦ୍ଧାରକ ତାରା ପ୍ରସାଦ ଦାସ, ସନ୍ଦିପ ସେଠୀ, ସୁଶାନ୍ତ ମହାଙ୍କୁଡଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଉଦ୍ଧାର ସାପଟିର ଲମ୍ବ ୧୦ ଫୁଟ ଥିବା ବେଳେ ସାପଟି ବିଷଧର ଅହିରାଜ ପ୍ରଜାତିର ହୋଇଥିବା କୁହାଯାଇଛି । ପରେ ଉଦ୍ଧାର ସାପଟିକୁ ସଂରକ୍ଷିତ ଜଙ୍ଗଲରେ ସୁସ୍ଥ ଅବସ୍ଥାରେ ଛଡାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 25, 2020, 7:36 AM IST

ABOUT THE AUTHOR

...view details