ବ୍ରହ୍ମପୁର: ଏକ ଆଠ ଫୁଟିଆ ଅହିରାଜ ସାପକୁ ଉଦ୍ଧାର କଲା ବ୍ରହ୍ମପୁର ସ୍ନେକ ହେଲପ୍ ଲାଇନର ଟିମ୍ ।
ଗଜପତି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏହି ଅହିରାଜ ସର୍ପଟି ନିକଟସ୍ଥ ନାଳରେ ଦୁଇ ଦିନ ଧରି ରହିଥିଲା । ଏନେଇ ସ୍ଥାନୀୟ ଲୋକେ ସ୍ନେକ ହେଲପ୍ ଲାଇନକୁ ଖବର ଦେବା ପରେ ଟିମ୍ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉଦ୍ୟମ କରିବା ପରେ ସାପଟିକୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ଟିମ୍ ।