ଓଡିଶା

odisha

କଲେଜ କ୍ୟାମ୍ପସକୁ ସ୍ମାର୍ଟଫୋନ ବାରଣ

By

Published : Jul 29, 2022, 9:32 PM IST

ବିଦ୍ୟାର୍ଥୀ ମାନେ ସ୍ମାର୍ଟ ଫୋନ ନେଇ ଆସିବା ଯୋଗୁଁ କ୍ଲାସ ରୁମ ଠାରୁ ଆରମ୍ଭ କରି ପ୍ରାକ୍ଟିକାଲ କ୍ଲାସ ପର୍ଯ୍ୟନ୍ତ ସବୁଠାରେ ପାଠପଢାରେ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି କଲେଜ କ୍ୟାମ୍ପସକୁ ସ୍ମାର୍ଟଫୋନ ବାରଣ କରିଛନ୍ତି ବ୍ରହ୍ମପୁର ସହର ମହାମାୟୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ । ତେବେ ଆବଶ୍ୟକ ପଡିଲେ କେବଳ କିପେଡ ଫୋନ ବ୍ୟବହାର କରିପାରିବେ ବିଦ୍ୟାର୍ଥୀ । ଅଧିକ ପଢନ୍ତୁ

କଲେଜ କ୍ୟାମ୍ପସକୁ ସ୍ମାର୍ଟଫୋନ ବାରଣ
କଲେଜ କ୍ୟାମ୍ପସକୁ ସ୍ମାର୍ଟଫୋନ ବାରଣ

ବ୍ରହ୍ମପୁର:କଲେଜ କ୍ୟାମ୍ପସକୁ ସ୍ମାର୍ଟଫୋନ ବାରଣ । ଯଦି ଫୋନର ଅତ୍ୟାଧିକ ଆବଶ୍ୟକ ଅଛି ତାହେଲେ କିପେଡ ମୋବାଇଲ ବ୍ୟବହାର କର । ଏଭଳି କହିଛନ୍ତି ବ୍ରହ୍ମପୁର ସହର ମହାମାୟୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଏନ.ନାରାୟଣ ରାଓ । ମହାବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ସ୍ମାର୍ଟଫୋନକୁ ବାରଣ କରିବାରେ ତାଙ୍କର ଉଦ୍ଦେଶ୍ୟ ରହିଛି । ଅଧ୍ୟକ୍ଷଙ୍କ ପକ୍ଷରୁ ଏନେଇ ନୋଟିସ କରାଯାଇଥିବା ବେଳେ ୩୦ ତାରିଖରୁ ଏହା କଡାକଡି କରାଯିବ ବୋଲି କୁହାଯାଇଛି ।

କଲେଜ କ୍ୟାମ୍ପସକୁ ସ୍ମାର୍ଟଫୋନ ବାରଣ

ସେ କହିଛନ୍ତି ବିଦ୍ୟାର୍ଥୀ ମାନେ ସ୍ମାର୍ଟ ଫୋନ ନେଇ ଆସିବା ସହ କ୍ଲାସ ରୁମ ଠାରୁ ଆରମ୍ଭ କରି ପ୍ରାକ୍ଟିକାଲ କ୍ଲାସ ପର୍ଯ୍ୟନ୍ତ ସବୁଠାରେ ପାଠପଢାରେ ଅନେକ ଅସୁବିଧା ହେଉଥିବା ଅନୁଧ୍ୟାନ କରାଯାଇଛି । ସେନେଇ କଲେଜ ପରିସରକୁ ସ୍ମାର୍ଟଫୋନ ବାରଣ କରାଯାଇଥିବା ବେଳେ ଆବଶ୍ୟକ ପଡିଲେ କେବଳ କିପେଡ ଫୋନ ବ୍ୟବହାର କରିପାରିବେ ।

କଲେଜ କ୍ୟାମ୍ପସକୁ ସ୍ମାର୍ଟଫୋନ ବାରଣ

କେବଳ ସେତିକି ନୁହେଁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ମହାବିଦ୍ୟାଳୟ ପରିସରକୁ ଆସୁଥିବା ବିଦ୍ୟାର୍ଥୀ ମାନେ ଗାଡି ଚଲାଉଥିଲେ ସେମାନଙ୍କ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ହୋଇଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି ମାସ୍କ ପରିଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ କଡାକଡି ପାଳନ ପାଇଁ ସ୍କାର୍ଡ ଗଠନ କରାଯାଇଥିବା କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details