ବ୍ରହ୍ମପୁର: କାଳ ବାତ୍ୟା ଫନି ଗଲା ପରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ଉପକୂଳ ଓଡିଶା ପୁଣି ଥରେ ଗଢି ତୋଳିବା ପାଇଁ ଚାରିଆଡୁ ଛୁଟୁଛି ସହାୟତାର ସୁଅ । ଏପରିକି ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ନିକଟରେ ଗଜପତି ଏସପି ଥାଳ ଧରି ଅର୍ଥ ସଂଗ୍ରହ କରିଥିବା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ସେହିଭଳି ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ବ୍ରହ୍ମପୁରର କୁନି କୁନି ବିଦ୍ୟାର୍ଥୀ । ସ୍କେଟିଂ ମାଧ୍ୟମରେ ସହାୟତା ସଂଗ୍ରହ କରିଥିଲେ ସିଟି ରୋଲାର ସ୍କେଟିଂ ଏକାଡେମୀର କୁନି କୁନି ବିଦ୍ୟାର୍ଥୀ । ଏହି ଏକାଡେମୀ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।