ଓଡିଶା

odisha

By

Published : Dec 4, 2020, 9:24 AM IST

ETV Bharat / city

ଅଭୟ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି SIT ଟିମ୍

ଆଇଏଫ୍ଏସ୍ ବରିଷ୍ଠ ଅଧିକାରୀ ଅଭୟ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରୁଛି ଏସ୍ଆଇଟି ଟିମ୍ । ଅଧିକ ପଢନ୍ତୁ...

ଅଭୟ ପାଠକ
ଅଭୟ ପାଠକ

ବ୍ରହ୍ମପୁର: ଆଇଏଫ୍ଏସ୍ ବରିଷ୍ଠ ଅଧିକାରୀ ଅଭୟ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତିକୁ ଯାଞ୍ଚ କରୁଥିବା ଭିଜିଲାନ୍ସ ବିଭାଗର ଏସ୍‌ଆଇଟି ଟିମ୍ ବ୍ରହ୍ମପୁରରେ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ଯାଞ୍ଚ କରୁଛି । ଏହି ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ସଂଗ୍ରହ କରାଯାଉଥିବା ବ୍ରହ୍ମପୁରରେ ଭିଜିଲାନ୍ସ ବିଭାଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଅଭୟ ପାଠକ

ରାଜ୍ୟର ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସରକାରଙ୍କ ପକ୍ଷରୁ ଭିଜିଲାନ୍ସକୁ ନେଇ ଗଠିତ ଏସ୍ଆଇଟି ଟିମ୍ ବ୍ରହ୍ମପୁରରେ ଯାଞ୍ଚ କରୁଛି । ଏହି ସମୟରେ ବ୍ରହ୍ମପୁର ସହରରେ ପାଠକ ଏବଂ ତାଙ୍କ ପରିବାର ନାମରେ ଛଅ ଗୋଟି ଆକାଉଣ୍ଟ ରହିଥିବାବେଳେ ଛଅଟି ବୀମା ରହିଥିବା ସୂଚନା ମିଳିଛି । ବ୍ରହ୍ମପୁରରେ ଖୋଳତାଳ କରୁଥିବା ଟିମ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏନେଇ ସହରର ଆଇସିଆଇସିଆଇ ବ୍ୟାଙ୍କରେ ଚାରୋଟି ଆକାଉଣ୍ଟ ସମେତ ଏସଡିଏଫସି ଏବଂ°ଏସବିଆଇ ବ୍ୟାଙ୍କରେ ଆକାଉଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମଗାଯାଇଥିବା କୁହାଯାଉଛି । ସେହିପରି ଡିଏଫଓ ଏବଂ°ବନ ନିଗମର ଜେନେରାଲ ମ୍ୟାନେଜରଙ୍କୁ ମଧ୍ୟ ଆବଶ୍ୟକ ରହିଥିବା ବିଭିନ୍ନ କାଗଜପତ୍ରକୁ ପ୍ରଦାନ କରିବାକୁ କୁହାଯାଇଥିବା ଜଣାପଡିଛି ।

ସୂଚନାଥାଉକି, ଆଇଏଫ୍ଏସ୍ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details