ବ୍ରହ୍ମପୁର:ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ହେଲା କଣ୍ଢେଇଯାତ୍ରା । ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିଭାଲରେ ନିଜର ସଫଳତାର ପୁଣି ଏକ ନୂତନ ଇତିହାସ ରଚିଛି ଡ଼କୁମେଣ୍ଟାରୀ ଚଳଚ୍ଚିତ୍ର କଣ୍ଢେଇ ଯାତ୍ର।
ବ୍ରହ୍ମପୁର ସହରର ଅନନ୍ୟ ପରମ୍ପରା କଣ୍ଢେଇ ଯାତ୍ରା । ଯାହା ପ୍ରତ୍ୟେକ ବର୍ଷ ଆଷାଢ଼ ମାସର ପୂର୍ଣ୍ଣମୀ ଅବସରରେ ସହରର ବଡବଜାର ଖସ୍ପା ସାହିରେ ପ୍ରାୟ ତିନିଶହ ବର୍ଷ ଧରି ପାଳିତ ହୋଇ ଆସୁଛି । ଏହି ବିଷୟକୁ ନେଇ ଯୁବ ସିନେ ନିର୍ମାତା ସନ୍ୟାସୀ ମହାରଣା ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଯାହାକି ଏହି ଚଳଚ୍ଚିତ୍ରରେ ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଥିଲା। ଚଳିତ ମାସର ୧୪ ତାରିଖ ଦିନ ଏହି ଚଳଚ୍ଚିତ୍ର ମହୋତ୍ସବର ବିଜେତା ଘୋଷଣା କରାଯାଇଥିବାବେଳେ କଣ୍ଢେଇ ଯାତ୍ରା ଚାରି ଗୋଟି ବିଭାଗରେ ପୁରସ୍କୃତ ହୋଇଛି । ଶ୍ରେଷ୍ଠ ଟୁରିଜମ ଫିଲ୍ମ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସନ୍ୟାସୀ ମହାରଣା ଶ୍ରେଷ୍ଠ ଚିତ୍ରୋତ୍ତୋଲନ ପାଇଁ ଟୁଟୁ ପ୍ରଧାନ ଏବଂ ଶ୍ରେଷ୍ଠ ପୋଷ୍ଟର ବିଭାଗରେ ଟିକିରି ବେହେରା ପୁରସ୍କୃତ ହୋଇଥିଲେ । ଏହି ଚଳଚ୍ଚିତ୍ର ମହୋତ୍ସବରେ ୨୫ ଦେଶର ୧୫ ଶହରୁ ଅଧିକ ଚଳଚ୍ଚିତ୍ର ଭାଗ ନେଇଥିଲେ । ଓଡିଶାରୁ ଚାରୋଟି ଚଳଚ୍ଚିତ୍ର ପୁରସ୍କାର ପାଇଥିବାବେଳେ ଟୁରିଜମ ବିଭାଗରେ ଗଞ୍ଜାମରୁ ଏକ ମାତ୍ର ଚଳଚ୍ଚିତ୍ର କଣ୍ଢେଇଯାତ୍ରା ଚାରୋଟି ବିଭାଗରେ ପୁରସ୍କୃତ ହୋଇଛି ।