ଓଡିଶା

odisha

ETV Bharat / city

ବ୍ୟବସାୟୀମାନେ ମାନୁନାହାଁନ୍ତି କଟକଣା, ବ୍ରହ୍ମପୁରରେ ଜାରି ରହିଛି ଚଢ଼ାଉ

ବ୍ରହ୍ମପୁର ସହରରରେ ବ୍ୟବସାୟୀମାନଙ୍କ କୋଭିଡ ନିୟମକୁ ବେଖାତିର । ଏଭଳି ସ୍ଥଳେ କୋଭିଡ ନିୟମ ଉଲଂଘନକାରୀଙ୍କ ହୋଟେଲ୍ ଗୁଡିକୁ ସିଲ୍ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଅଘଧିକ ପଢନ୍ତୁ...

By

Published : Apr 28, 2021, 9:36 AM IST

ବ୍ୟବସାୟୀମାନେ ମାନୁନାହାଁନ୍ତି କଟକଣା, ପ୍ରଶାସନର ଜାରି ରହିଛି ଚଢ଼ାଉ
ବ୍ୟବସାୟୀମାନେ ମାନୁନାହାଁନ୍ତି କଟକଣା, ପ୍ରଶାସନର ଜାରି ରହିଛି ଚଢ଼ାଉ

ବ୍ରହ୍ମପୁର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ଆଉ ଏଭଳି ସମୟରେ ବ୍ୟବସାୟୀମାନେ ଅଧିକ ସତର୍କ ରହିବା ସହିତ ପ୍ରତ୍ୟେକ ପଞ୍ଚସୁତ୍ର ନିୟମକୁ ମାନିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । କିନ୍ତୁ ବ୍ରହ୍ମପୁର ସହରର ବହୁ ଛୋଟ ଓ ବଡ଼ ବ୍ୟବସାୟୀମାନେ କୋଭିଡ ନିୟମକୁ ଖିଲାପ କରିବା ସାଙ୍ଗକୁ ହୋଟେଲ ଗୁଡିକରେ ଗହଳି ହେଉଥିବା ଦେଖିବାକୁ ମିଳିଛି । ଏନେଇ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତାକୁ ଗୁରୁତ୍ଵ ଦିଆଯିବା ସହିତ ପ୍ରଶାସନ ପକ୍ଷରୁ ଶହେ ଟଙ୍କା ଲେଖାଏଁ ଜୋରିମାନା ବାଧ୍ୟତାମୂଳକ କରାଯାଉଛି ।

ହୋଟେଲ୍‌ ଗୁଡ଼ିକରେ ବସି ଖାଇବାକୁ ବାରଣ କରାଯାଇଥିବେ ବେଳେ କେବଳ ପାର୍ସଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଭଳି ସ୍ଥଳେ କୋଭିଡ ନିୟମ ଉଲଂଘନ କଲେ ହୋଟେଲ୍ ଗୁଡିକୁ ସିଲ୍ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details