ଓଡିଶା

odisha

ETV Bharat / city

ବ୍ରହ୍ମପୁରରେ ଶିବସେନାର ଗୁରୁତ୍ବପୂର୍ଣ୍ଣ ବୈଠକ

କଠୋର ହିନ୍ଦୁବାଦୀ ରାଜନୈତିକ ଦଳ ଶିବସେନାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି ।

By

Published : Aug 25, 2019, 9:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଶିବସେନାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସହରର ଗଞ୍ଜାମ କଳା ପରିଷଦ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ତୁଲସେୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ଏହି ବୈଠକ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଶିବସେନା ରାଷ୍ଟ୍ରୀୟ ସଂଗଠକ ଗୁଲାବ ଚାନ୍ଦ ଦୁବେ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ସମ୍ମାନିତ ଅତିଥି ଭାବେ ଦୟାନନ୍ଦ କାଶ୍ୟପ , ରାମ ବିଳାଶ ଶର୍ମା, ଦିପକ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details