ଓଡିଶା

odisha

By

Published : Nov 22, 2021, 10:10 PM IST

ETV Bharat / city

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ । ଏହି ଅବସରରେ ଜିଲ୍ଲା ସ୍ତରୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ
ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାର (Berhampur cercle Jail)ରେ ମହାନ ସ୍ବାଧୀନତା ସଂଗ୍ରାମୀ (freedom fighter Shaheed Laxman Naik) ଶହୀଦ ଲକ୍ଷ୍ମଣ ନାଏକଙ୍କ 123ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସ୍ତରୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି ।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ସଂଗ୍ରାମୀ ଲକ୍ଷ୍ମଣ ନାୟକ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ବାଧୀନ ସଂଗ୍ରାମରେ ସାମିଲ ହୋଇଥିଲେ । ସ୍ବାଧୀନତା ପାଇଁ ଅନେକ ଆନ୍ଦୋଳନର ନେତୃତ୍ବ ନେଇଥିବା ଲକ୍ଷ୍ମଣ ଇଂରେଜଙ୍କ ଦ୍ବାରା ଗିରଫ ହୋଇଥିଲେ । ପରବର୍ତ୍ତୀ ସ୍ଥିତିରେ 1993 ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ମାତ୍ର 43ବର୍ଷ ବୟସରେ ଇଂରେଜମାନଙ୍କ ଦ୍ବାରା ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ । ମଣ୍ଡଳ କାରାଗାର ଯେଉଁ ସେଲରେ ଲକ୍ଷ୍ମଣ ନାଏକଙ୍କ କାରାବାସ ଜୀବନ ଅତିବାହିତ ହୋଇଥିଲା, ସେହି ଗୃହକୁ ଜାତୀୟ ସ୍ମାରକୀ ଭାବେ ନାମକରଣ କରାଯିବା ସହ କାରାଗାର ପରିସରରେ ଶହୀଦଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି ।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ

ଆଜି ସେହି ମହାନ ଶହୀଦଙ୍କ ପବିତ୍ର ୧୨୩ତମ ଜନ୍ମଜୟନ୍ତୀ ଅବସରରେ କାରାଗାରରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଗୋସ୍, ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତୀ ୱାସନ ପ୍ରମୁଖ ଯୋଗ ଦେଇ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ

ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାର ଅଧୀକ୍ଷକ ଗରିବ ସାହୁ, ଜେଲର ସତ୍ୟ ନାରାୟଣ ବେହେରା, ସଂସ୍କାରବାଦୀ ଅନୁଷ୍ଠାନର ସଭାପତି ତ୍ରିନାଥ ମହାରଣା, ହିମାଂଶୁ କୁମାର ପଟ୍ଟନାୟକ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ । ଆଜି ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରୟଣ ବେହେରା ପରିଚାଳନା କରିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details