ବ୍ରହ୍ମପୁର: କାହାରିକୁ ଅପେକ୍ଷା ନକରି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି ବରିଷ୍ଠ ନାଗରିକ ମଞ୍ଚ । ବ୍ରହ୍ମପୁର ସହରର ଟାଉନହଲ ନିକଟରେ ରହିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଧୂଳିମଳିରେ ରହିଥିବା ଏବଂ ରଙ୍ଗ ଛାଡି ଯାଇଥିବା ଦେଖିବା ପରେ ଏହାକୁ ଚିତ୍ରକରଙ୍କୁ ଡକାଇ ଅତ୍ୟନ୍ତ ସୁନ୍ଦର ଭାବରେ ରଙ୍ଗ ଦେଇଛନ୍ତି ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ।
ପ୍ରଶାସନକୁ ଅପେକ୍ଷା କଲେନି ବରିଷ୍ଠ ନାଗରିକ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଦେଲେ ରଙ୍ଗ - started to paint statues of great men
ବ୍ରହ୍ମପୁର ସହରର ଟାଉନହଲ ନିକଟରେ ରହିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଧୂଳିମଳିରେ ରହିଥିବା ଏବଂ ରଙ୍ଗ ଛାଡି ଯାଇଥିବା ଦେଖିବା ପରେ ଏହାକୁ ଚିତ୍ରକରଙ୍କୁ ଡକାଇ ଅତ୍ୟନ୍ତ ସୁନ୍ଦର ଭାବରେ ରଙ୍ଗ ଦେଇଛନ୍ତି ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ପୂଜ୍ୟପୂଜାର ଅଧିକାରୀ ଭାବରେ ସହରର ବିଭିନ୍ନ ସ୍ଥାନରେ ରହିଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡିକୁ ବିଭିନ୍ନ ଜୟନ୍ତୀ ଏବଂ ସମାରୋହ ସମୟରେ ସଫେଇ କରାଯାଇ ଫୁଲମାଳ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦିଆଯାଉଥିବା ବେଳେ ମଞ୍ଚ ପକ୍ଷରୁ ଆଉ ଏକ ପାଦ ଆଗକୁ ଯାଇଛନ୍ତି । କେବଳ ସରକାର, ପ୍ରଶାସନ କିମ୍ୱା ସ୍ଥାନୀୟ ମହାନଗର ନିଗମ ଏହାର ରକ୍ଷଣାବେକ୍ଷଣ କରି ସଫେଇ କରି ରଙ୍ଗ ଦେବେ ତାହା ନୁହେଁ ବରଂ ଏଥିପ୍ରତି ସମସ୍ତଙ୍କ ଦାୟିତ୍ୱ ରହିଥିବା ଦର୍ଶାଇ ଏଭଳି କାର୍ଯ୍ୟ ପୁଣିଥରେ ଆରମ୍ଭ କରିଛନ୍ତି ।
ଆଗାମୀ ଦିନରେ ଏହାକୁ ଜାରି ରଖାଯିବ ବୋଲି କୁହାଯାଇଛି । ଏଭଳି କାର୍ଯ୍ୟ କରିଥିବା ସହରର ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ..