ବ୍ରହ୍ମପୁର:ବୁଧବାର ମଧ୍ୟରାତ୍ରରୁ ଆରମ୍ଭ ହେବାକୁ ଯାଉଥିବା ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳରେ ପ୍ରସିଦ୍ଧ ମା' କାଳୁଆ ଯାତ୍ରାରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଧାରା 144 । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ପଦକ୍ଷେପ ।
ବୁଧବାର ଠାରୁ ଆସନ୍ତା 45 ଦିନ ପର୍ଯ୍ୟନ୍ତ କାଳୁଅl ଯାତ୍ରା ପାଇଁ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଛି । ଯାତ୍ରା ସମୟରେ ମା'ଙ୍କ ପୂଜା ପାଇଁ ପରମ୍ପରା ଅନୁଯାୟୀ ବିନା ଭକ୍ତରେ କେବଳ ପୁଜା ମଣ୍ଡପରେ ପୂଜା କରାଯିବାକୁ ଅନୁମତି ରହିଛି । ପୂଜା ମଣ୍ଡପର ଚତୁଃପାର୍ଶ୍ବକୁ ଘୋଡାଯାଇ ରଖାଯିବା ସହ କୌଣସି ଜନସାଧାରଣ ଯେପରି ଦର୍ଶନ କରିବାକୁ ଯିବା ପାଇଁ ଅନୁମତି ନମିଳିବ ଏନେଇ ବ୍ୟବସ୍ଥା ହୋଇଛି । ଏହାସହ ପୂଜା ମଣ୍ଡପରେ ଆୟୋଜକଙ୍କ ଠାରୁ ଆରମ୍ଭ କରି ପୁଜକ ଏବଂ ସହାୟକଙ୍କୁ ମିଶାଯାଇ କେବଳ ସାତ ଜଣ ରହିବାକୁ କୁହାଯାଇଛି ।