ଓଡିଶା

odisha

ବ୍ରହ୍ମପୁର MKCGରେ ଦ୍ବିତୀୟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ

By

Published : Apr 26, 2021, 10:41 PM IST

Updated : Apr 27, 2021, 6:41 AM IST

ଗଞ୍ଜାମରେ କୋଭିଡ ମୁକାବିଲା । ଏମକେସିଜିରେ କାର୍ଯ୍ୟକ୍ଷମ ହେଲା ଦ୍ବିତୀୟ କୋଭିଡ ହସ୍ପିଟାଲ । ସେହିଭଳି ଆସ୍କା ସିଏଚସିରେ ଆରମ୍ଭ ହେଲା ରୋଗୀ ସେବା । ଅଧିକ ପଢନ୍ତୁ..

ବ୍ରହ୍ମପୁର  MKCG ରେ ଦ୍ବିତୀୟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ
ବ୍ରହ୍ମପୁର MKCG ରେ ଦ୍ବିତୀୟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ

ବ୍ରହ୍ମପୁର: କୋଭିଡ-19ର ଦ୍ବିତୀୟ ଲହର ଭୟାନକ ରୂପ ନେଲାଣି । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିଚାଲିଛି । ପୂର୍ବରୁ କୋଭିଡ ହଟସ୍ପଟ ଥିବା ଗଞ୍ଜାମରେ ବି ଏବେ ନିୟମିତ ଭାବରେ ଆକ୍ଟିଭ୍ ମାମଲା ବୃଦ୍ଧି ପାଉଛି । ଏଭଳି ଚ୍ୟାଲେଞ୍ଜିଂ ସ୍ଥିତିର ମୁକାବିଲା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କାର୍ଯ୍ୟକ୍ଷମ ହୋଇଛି ଦ୍ବିତୀୟ କୋଭିଡ୍ ହସ୍ପିଟାଲ ।

ବ୍ରହ୍ମପୁର MKCGରେ ଦ୍ବିତୀୟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ

ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଦ୍ବିତୀୟ କୋଭିଡ ହସ୍ପିଟାଲର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଆର.ଡି.ସି ଟି.ଆଓ , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ମେଡିକାଲର ଅଧିକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ରଙ୍କ ସମେତ ମେଡିକାଲରେ ବହୁ ବରିଷ୍ଠ ଅଧିକାରୀ ଓ ବରିଷ୍ଠ ଚିକିତ୍ସକ ଏବଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

ଏମ୍.କେ.ସି.ଜିର ଏହି ଦ୍ବିତୀୟ ଉତ୍ସର୍ଗୀକୃତ କୋଭିଡ୍ ହସପିଟାଲରେ ୩୦୦ଟି ଶଯ୍ୟା ରହିଥିବାବେଳେ 54ଟି ଆଇସିୟୁ ବେଡ୍ ରହିଛି । ସମସ୍ତ ଶଯ୍ୟାରେ ଅକ୍ସିଜେନ୍ ସପୋର୍ଟ ରହିଛି । ସେପଟେ ଗଞ୍ଜାମ ଜିଲ୍ଲାର ଆସିକା ଠାରେ ରହିଥିବା ଆଞ୍ଚଳିକ କୃଷ୍ଠ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ ପରିସରରେ ଆରମ୍ଭ ହୋଇଛି କୋଭିଡ୍ ହେଲଥ୍ ସେଣ୍ଟର । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଅକ୍ସିଜେନ ବ୍ୟବସ୍ଥା ଥିବା ମୋଟ ୧୦୦ ଗୋଟି ବେଡ୍ ରହିଥିବା ବେଳେ ସେଠାରେ ମଧ୍ୟ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 27, 2021, 6:41 AM IST

ABOUT THE AUTHOR

...view details