ବ୍ରହ୍ମପୁର:ନିର୍ଭୟା ଯୋଜନାରେ କାର୍ଯ୍ୟ କରିବା ପାଇଁ ସମସ୍ତ ଥାନାକୁ ଦିଆଗଲା ସ୍କୁଟି । ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସକୁ ଜିଲ୍ଲାରେ ନିର୍ଭୟା ଯୋଜନାରେ କାର୍ଯ୍ୟ କରିବା ପାଇଁ ସମସ୍ତ ଥାନାକୁ ଯୋଗାଇ ଦିଆଯାଇଛି ସ୍କୁଟି । ଏହାକୁ ମହିଳା ପୋଲିସ କର୍ମଚାରୀମାନେ ମହିଳାଙ୍କ ସୁରକ୍ଷା ଓ ପାଟ୍ରୋଲିଂ ପାଇଁ ବ୍ୟବହାର କରିବା ନିମନ୍ତେ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ୧୧ଟି ସ୍କୁଟିକୁ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପିନାକ୍ ମିଶ୍ର ଏହାକୁ ସମସ୍ତ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ ।
ନିର୍ଭୟା ଯୋଜନାରେ କାର୍ଯ୍ୟ କରିବା ପାଇଁ ସମସ୍ତ ଥାନାକୁ ଦିଆଗଲା ସ୍କୁଟି - ସମସ୍ତ ଥାନାକୁ ଦିଆଗଲା ସ୍କୁଟି
ନିର୍ଭୟା ଯୋଜନାରେ କାର୍ଯ୍ୟ କରିବା ପାଇଁ ସମସ୍ତ ଥାନାକୁ ଦିଆଗଲା ସ୍କୁଟି । ବ୍ରହ୍ମପୁର ସମେତ ଗଞ୍ଜାମର ମହିଳା ପୋଲିସ କର୍ମଚାରୀଙ୍କୁ ଦିଆଗଲା ସ୍କୁଟି । ଅଧିକ ପଢନ୍ତୁ...
ନିର୍ଭୟା ଯୋଜନାରେ କାର୍ଯ୍ୟ କରିବା ପାଇଁ ସମସ୍ତ ଥାନାକୁ ଦିଆଗଲା ସ୍କୁଟି
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ ରାଉତରାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲ । ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାରେ ମଧ୍ୟ ୨୧ଟି ସ୍କୁଟି ବିଭିନ୍ନ ଥାନାକୁ ପ୍ରଦାନ କରାଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଏହାକୁ ମହିଳା କର୍ମଚାରୀଙ୍କୁ ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଥାନାକୁ ସ୍କୁଟି ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ