ଓଡିଶା

odisha

ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ; ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ

ରାଜ୍ୟକୁ ଶିକ୍ଷା ହବରେ ପରିଣତ କରିବା ପାଇଁ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଯେଉଁ ବିଦ୍ୟାଳୟ ମାନେ ପରୀକ୍ଷାରେ ଭଲ ଫଳ କରିଛନ୍ତି ସେହି ବିଦ୍ୟାଳୟ ଗୁଡିକୁ ଅଧିକ ଅନୁଦାନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

By

Published : Jun 18, 2019, 6:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଓଡିଶାକୁ ଶିକ୍ଷା ହବ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଥିବା ସ୍ବପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏପରିକି ସରକାରୀ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ କାହିଁକି ଘରୋଇ ବିଦ୍ୟାଳୟରେ ପାଠପଢିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତାହା ଅନୁଧ୍ୟାନ କରାଯାଉଛି । ମୁଖ୍ୟତଃ ଇଂରାଜୀ ପଢାଇବା ପାଇଁ ଅଭିଭାବକ ମାନେ ଏପରି କରୁଥିବାରୁ ପାଇଲଟ ପ୍ରୋଜେକ୍ଟ ଭାବରେ କେତେକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ବ୍ରହ୍ମପୁର ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଅଭିଭାବକ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟା କରାଯାଉଥିବା ବେଳେ ଶୂନ ରେଜଲଟ କରିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ କାରଣ କଣ ହୋଇ ଥାଇପାରେ ତାହାକୁ ନିଜେ ସେ ଅନୁଧ୍ୟାନ କରୁଥିବା କହିଛନ୍ତି ।

ଏହାସହ ଗଞ୍ଜାମ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଗୁଡିକରେ ଭଲ ଫଳାପଳ ହୋଇଥିବା ବେଳେ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details