ଓଡିଶା

odisha

ETV Bharat / city

ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ, ଭାଇ ସାଜି ଭାର ଦେଲେ ସମାଜସେବୀ - ସାବିତ୍ରୀ ବ୍ରତ

କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ମହିଳାମାନଙ୍କ ପାଇଁ ଭାଇ ସାଜି କିଛି ସମାଜସେବୀ ଓ ପ୍ରଶାସନ ପକ୍ଷରୁ ନୂତନ ଲୁଗା ଓ ପୂଜା ସାମଗ୍ରୀ ପ୍ରଦାନ କରାଯାଇଛି ।

savitri-puja-celebrated-at-various-quarantine-center-of-berhampur-district
ସଂଘରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ, ଭାଇ ସାଜି ଭାର ଦେଲେ ସମାଜସେବୀ

By

Published : May 22, 2020, 7:49 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରେ ପାରମ୍ପାରିକ ରୀତିନୀତିରେ ପାଳନ ହୋଇଯାଇଛି ସାବିତ୍ରୀ ବ୍ରତ । ଏହି ଅବସରରେ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ମହିଳାମାନଙ୍କ ପାଇଁ ଭାଇ ସାଜି କିଛି ସମାଜସେବୀ ଓ ପ୍ରଶାସନ ପକ୍ଷରୁ ନୂତନ ଲୁଗା ଓ ପୂଜା ସାମଗ୍ରୀ ପ୍ରଦାନ କରାଯାଇଛି ।

ସଂଘରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ, ଭାଇ ସାଜି ଭାର ଦେଲେ ସମାଜସେବୀ

ଚଳିତ ବର୍ଷ କୋରୋନା ପ୍ରଭାବରେ ରାଜ୍ୟ ବାହାରରୁ ଗଞ୍ଜାମ ଜିଲ୍ଲାକୁ ଆସିଥିବା ବହୁ ମହିଳା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ କେନ୍ଦ୍ର ପରିସରରେ ପାଳନ କରିଥିଲେ ସାବିତ୍ରୀ ବ୍ରତ । ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର ।

ଜିଲ୍ଲାର ପୋଲସରା ବ୍ଲକର ରୁମାଗଡ ପଞ୍ଚଚାୟତରେ ଏଭଳି ରହିଥିଲା ଦିନ ତମାମ ଚିତ୍ର । ସକାଳ ସମୟରେ ସ୍ଥାନୀୟ ସନମାଜସେବୀ ପ୍ରଭାକର ପଣ୍ଡା ସାବିତ୍ରୀ ବ୍ରତ ପାଳନ ପାଇଁ ନୂତନ ଲୁଗା ସହିତ ସମସ୍ତ ପୁଜା ସମଗ୍ରୀ ପହଞ୍ଚାଇବା ପରେ ପୁଜା କରିଥିଲେ । ସେହିପରି ଜିଲ୍ଲାର ଖଲ୍ଲିକୋଟ ବ୍ଲକର କଞ୍ଚଣା ସଙ୍ଗରୋଧ କେନ୍ଦ୍ର ରେ ୧୫ ଜଣ ମହିଳା ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧିଙ୍କ ଉଦ୍ୟମରେ ପାଳନ କରିଥିଲେ ସାବିତ୍ର ବ୍ରତ । ସେହିପରି ଜିଲ୍ଲାର ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତର ସରପଞ୍ଚଙ୍କ ଉଦ୍ୟମରେ ସଂଘରୋଧ ଗୃହରେ ଥିବା ୩୨ ଜଣ ପ୍ରବାସୀ ଗୃହଣୀମାନଙ୍କୁ ସାବିତ୍ରୀ ବ୍ରତର ପୂଜାର୍ଚ୍ଚନା କରିଥିବା ବେଳେ ଜିଲ୍ଲାର ହିଞ୍ଜିଳିକାଟୁ , ଶେରଗଡ , ଦିଗପହଣ୍ଡି ,ଆସିକା , କୁକୁଡାଖଣ୍ଡି ଭଳି ବିଭିନ୍ନ କେନ୍ଦ୍ରରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଥିଲା ସାବିତ୍ରୀ ବ୍ରତ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details