ଓଡିଶା

odisha

ETV Bharat / city

ଅମାନିଆ ଶିକ୍ଷକଙ୍କୁ ସାବାଡ କରିବାକୁ ଛଦ୍ମବେଶ !

ବିଦ୍ୟାଳୟର ଗତିବିଧିକୁ ନଜର ରଖିବା ପାଇଁ ନକଲି କେଶ, ନକଲି ଦାଢ଼ି ଲଗାଇ ପାଗଳ ବେଶରେ ସଜ୍ଜିତ ହେଲେ ଗୋଷ୍ଠୀ ଶିକ୍ଷାଧିକାରୀ ।

By

Published : Jul 20, 2019, 10:13 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଅମାନିଆ ଶିକ୍ଷକଙ୍କୁ ସାବାଡ କରିବାକୁ ଛଦ୍ମବେଶ । ବିଦ୍ୟାଳୟର ଗତିବିଧିକୁ ନଜର ରଖିବା ପାଇଁ ନକଲି କେଶ, ନକଲି ଦାଢ଼ି ଲଗାଇ ପାଗଳ ବେଶରେ ସଜ୍ଜିତ ହେଲେ ଗୋଷ୍ଠୀ ଶିକ୍ଷାଧିକାରୀ । ସ୍କୁଲରେ ଶିକ୍ଷା ବ୍ୟବସ୍ଥା ପରଖିବାକୁ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ପାଗଳ ବେଶ ଧାରଣ କରିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏଭଳି ଛଦ୍ମବେଶ ଧାରଣ କରିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଜଣକ ହେଲେ ଭାସ୍କର ଲେଙ୍କା । ବ୍ରହ୍ମପୁର ଗୋବିନ୍ଦପୁର କ୍ଲଷ୍ଟର ବାଟିଳିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କିପରି ଚାଲିଛି । ଶିକ୍ଷକ କେତେବେଳେ ସ୍କୁଲକୁ ଆସୁଛନ୍ତି । ପିଲାମାନଙ୍କୁ ସଠିକ ଭାବରେ ପାଠ ପଢାଯାଉଛି କି ନାହିଁ। ଏସବୁ ବିଷୟରେ ଅନୁଧ୍ୟାନ କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କା ସ୍କୁଲର ପାଚେରୀ ବାହାରେ ବସି ନଜର ରଖୁଥିଲେ ।

ଏହା କିଛି ସ୍ଥାନୀୟ ଲୋକଙ୍କ ନଜରରେ ପଡିବା ପରେ ପିଲାଚୋର ବୋଲି ଲୋକେ ସନ୍ଦେହ କରିଥିଲେ । ଏହାପରେ ଉକ୍ତ ପାଗଳକୁ କାବୁ କରି ପଚରା ଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା । ଯାହାପରେ ଶିକ୍ଷାବିଭାଗର ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ତେବେ ସ୍କୁଲକୁ ଆସୁ ନଥିବା ଶିକ୍ଷକଙ୍କୁ ସାବାଡ଼ କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଏଭଳି ଛଦ୍ମବେଶ ଧାରଣ କରିଥିବା କହିଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ।

ABOUT THE AUTHOR

...view details