ବ୍ରହ୍ମପୁର:ବ୍ରହ୍ମପୁର-ଦିଲ୍ଲୀ ସୀମାନ୍ତରେ ଚାଲିଥିବା କିଷାନ ଆନ୍ଦୋଳନ ୧୮୦ ଦିନରେ ଅର୍ଥାତ 6 ମାସ ପୂର୍ତ୍ତି ହୋଇଥିବାବେଳେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁରରେ କଳା ଦିବସ ପାଳନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସରକାରଙ୍କ 7 ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୨୬ ମେ' କୁ ଦେଶବ୍ୟାପୀ କଳା ଦିବସ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ବ୍ରହ୍ମପୁରସ୍ଥିତ କମାପଲ୍ଲୀ ଛକ ଠାରେ କୋଭିଡ୍ ନିୟମକୁ ମାନି ଏହି କଳା ଦିବସ ପାଳନ କରାଯାଇ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କୃଷକଙ୍କ ଏହି ସର୍ବବୃହତ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ପ୍ରାୟ ୪୭୦ରୁ ଊର୍ଦ୍ଧ୍ୱ ଚାଷୀ ମୃତ୍ୟୁବରଣ କରି ସହୀଦ ହୋଇଥିବା ସେମାନେ ନିଜର ଜୀବନକୁ ବାଜି ଲଗାଇ ଖରା, ବର୍ଷା, ଶୀତ, କାକରରେ ବସି ରହି ଜାରି ରଖିଥିବା ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାରଙ୍କ ମନୋଭାବକୁ ନିନ୍ଦା କରାଯାଇଛି । କୋରୋନା ମହାମାରୀର ଦ୍ଵିତୀୟ ଲହରୀରେ ଜନସାଧାରଣ ସମ୍ମୁଖୀନ ହେଉଥିବାବେଳେ ସଂକ୍ରମଣକୁ ମୁକାବିଲା କରିବାରେ ଏବଂ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଏହି ଅବସରରେ ଅଭିଯୋଗ କରାଯାଇଛି ।