ଓଡିଶା

odisha

ETV Bharat / city

ସ୍ୟାଣ୍ଡ ଆନିମେସନରେ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ - କୋରୋନାରାରେ ପରଲୋକ

କୋଭିଡରେ ଚାଲିଗଲା ସାମ୍ବାଦିକ ତଥା ସମାଜସେବୀ ଦେବୀଦତ୍ତଙ୍କ ଜୀବନ । ସ୍ୟାଣ୍ଡ ଆନିମେସନରେ ସାମ୍ବାଦିକ ତଥା ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ । ଅଧିକ ପଢନ୍ତୁ...

sand artist pay tribute to journalist on Sand Animation in berhampur
ସ୍ୟାଣ୍ଡ ଆନିମେସନରେ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ

By

Published : Jun 22, 2021, 10:52 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ ଯୁବ ସାମ୍ବାଦିକ ତଥା ସମାଜସେବୀ ଦେବୀଦତ୍ତ ରଥଙ୍କ କୋରୋନାରେ ପରଲୋକ ହୋଇଯାଇଛି । ସେ ବ୍ରହ୍ମପୁର ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ସହ ସମାଜସେବା କ୍ଷେତ୍ରରେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ତାଙ୍କୁ ମନେପକାଇ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକାଶିଳ୍ପୀ ।

ସ୍ୟାଣ୍ଡ ଆନିମେସନରେ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗରେ ଡିଗ୍ରୀ ହାସଲ କରିବା ପରେ ରାଜ୍ୟର ଏକ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିବା ଦେବୀଦତ୍ତ ସାମ୍ବାଦିକତା ସହ ସମାଜସେବା କରିବା ପାଇଁ ସତେ ଯେପରି ନିଜ ଜୀବନର ବ୍ରତ ଭାବରେ ଧରି ନେଇଥିଲେ । ନେହୁରୁ ଯୁବ କେନ୍ଦ୍ର ଠାରୁ ଆରମ୍ଭ କରି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପର୍ଯ୍ୟନ୍ତ ପ୍ରମୁଖ ଅନୁଷ୍ଠାନରେ ଜଣେ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହ ଜିଲ୍ଲାର ଅନାଥ ଶିଶୁଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ଠାରୁ ଆରମ୍ଭ କରି ଗୋପାଳପୁର ଠାରେ ରହିଥିବା ଶ୍ରଦ୍ଧା ସଞ୍ଜିବନୀରେ ଅତି ଆପଣାର ଶିଶୁମାନଙ୍କ ରହିଥିଲେ । ଜିଲ୍ଲାର ଖଲ୍ଲିକୋଟ ବ୍ଲକ ପଣ୍ଡିତ ଗାଁ ରବିନ୍ଦ୍ର ମୋହନ ରଥଙ୍କ ଜ୍ୟେଷ୍ଠ ପୁତ୍ର ଦେବୀଦତ୍ତ ରଥ ଗତ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ହେବା ପରେ ବ୍ରହ୍ମପୁର ଉପକଣ୍ଠ ଟାଟା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷରେ କୋଭିଡ ଯୁଦ୍ଧରେ ହାରିଯାଇଛନ୍ତି ଏହି ଆଗଧାଡିର କୋଭିଡ ଯୋଦ୍ଧା । ସେପଟେ ଏଭଳି ଜଣେ ବ୍ୟକ୍ତିତ୍ବଙ୍କୁ ବିୟୋଗ ପରେ ନିଜର ବାଲୁକା କଳା ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେପଟେ ଜିଲ୍ଲାରେ ସମସ୍ତଙ୍କ ଅତି ଆପଣାର ପାଲଟିଥିବା ସାମ୍ବାଦିକ ତଥା ସମାଜସେବୀ ଦେବୀଦତ୍ତଙ୍କ ବିୟୋଗରେ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । କୋଭିଡ ହସପିଟାଲ ପରିସରରେ ସ୍ଥାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

...view details