ବ୍ରହ୍ମପୁର: କିଚିରି ମିତିରି ଚଟିଆ , ଧାନ ଜଗିଥିଲା ନଟିଆ, ନଟିଆ ଆଣିଲା ବାଡି ଚଟିଆଗଲା ଉଡି । ପିଲା ଦିନେ ଏହି କବିତାଟିକୁ ନିଶ୍ଚିତ ଭାବେ ସମସ୍ତେ ପଢିଥିବେ । ଏହି କବିତା ମନକୁ ଆସିଲେ ଘରଚଟିଆ କଥା ମନେପଡେ । ସକାଳୁ ଉଠିଲେ ଘର ଚଟିଆର କିଚିରି ମିଚିରି ଶବ୍ଦରେ ଫାଟି ପଡୁଥାଏ ଘର । ହେଲେ ଏବେ ସେହି କିଚିରି ମିଚିରି ଶବ୍ଦ ଆଉ ଶୁଣିବାକୁ ମିଳିନାହିଁ କି ଘର ଚଟିଆ ମଧ୍ୟ ଦେଖିବା ଯେପରି ସ୍ବପ୍ନ ହୋଇଗଲାଣି ।
ଦିନକୁ ଦିନ ଏହି ବଂଶ ଲୋପ ହେବାକୁ ବସିଥିବା ବେଳେ ଏ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ଘରଚଟିଆ ଦିବସ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଉଥିବା ବେଳେ ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା 3D ଚିତ୍ର ମାଧ୍ୟମରେ ଘରଚଟିଆ କରି ସଚେତନତାର ବାର୍ତ୍ତା ଦେଇଛନ୍ତି । ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ଲାଗି ଏହି ଦିନଟି ସମର୍ପିତ ହୋଇଥିବାରୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଏଭଳି କରିଥିବା କହିଛନ୍ତି ବାଲୁକା ଶିଳ୍ପୀ।