ବ୍ରହ୍ମପୁର: ବାଲୁକା କଳା ମାଧ୍ୟମରେ ଶ୍ରଦ୍ଦ ପ୍ରଦୂଷଣ ରୋକିବାକୁ ଆହ୍ବାନ । ରାତି ପାହିଲେ ଆଲୋକର ପର୍ବ ଦୀପାବଳି ଓ ମା ଶ୍ୟାମାକାଳୀଙ୍କ ପୂଜା । ଦୀପାବଳିରେ ଶବ୍ଦ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ ବାଲୁକା କଳା ମାଧ୍ୟମରେ ସଚେତନା ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ।
ବାଲୁକା କଳାରେ ଶଦ୍ଦ ପ୍ରଦୂଷଣ ରୋକିବାକୁ ଆହ୍ବାନ - sand art on diwali
ରାତି ପାହିଲେ ଦେଶ ପାଳିବ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସବୁଠି ଚଳଚଞ୍ଚଳ । ହେଲେ ଶଦ୍ଦ ପ୍ରଦୂଷଣ ରୋକିବା ପାଇଁ ବାଲୁକା କଳାରେ ସଚେତନତା କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ମହାରଣା ।
ବାଲୁକା କଳାରେ ଶଦ୍ଦ ପ୍ରଦୂଷଣ ରୋକିବାକୁ ଆହ୍ବାନ
ସେ ବାଲୁକାରେ ଆଙ୍କିଛନ୍ତି ମା କାଳୀଙ୍କ ପ୍ରତିକୃତି । ଏହି କଳାକୃତ୍ତି ମାଧ୍ୟମରେ ମାଟି ଦୀପ ଜଳାଇ ଗ୍ରୀନ ଦୀପାବଳି ପାଳିବାକୁ ସେ ଆହ୍ବାନ ଦେଇଛନ୍ତି । ଅଯଥାରେ ନିଜର କଷ୍ଟ ଉପାର୍ଜିତ ଧନକୁ ବାଣ ଫୁଟାଇ ନଷ୍ଟ ନକରି ସେହି ଅର୍ଥକୁ ଅନାଥ ଶିଶୁ ଓ ନିଷ୍ପେସିତ ଲୋକ ସେବାରେ ନିୟୋଜିତ କରିବାକୁ ଲୋକଙ୍କୁ ସଚେତନ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ